ଓଡିଶା

odisha

ETV Bharat / city

ସରକାରୀ ଚାକିରୀ ନାଁରେ ଠକୁଥିଲେ, ଧରିଲା କମିସନରେଟ ପୋଲିସ - କମିଶନରେଟ ପୋଲିସ ଗିରଫ

ସରକାରୀ ସହ ନାମିଦାମି କମ୍ପାନୀରେ ଚାକିରୀ ଦେବା କହି ଠକୁଥିବା ଜଣେ ବ୍ୟକ୍ତିକୁ କମିଶନରେଟ ପୋଲିସ ଗିରଫ କରିଥିବାବେଳେ ତାର ସହଯୋଗୀକୁ ଧରିବାକୁ ତଦନ୍ତ ଚାଲିଛି ।

ସରକାରୀ ଚାକିରୀ ଦେବା ନାଁରେ ଠକେଇ
ସରକାରୀ ଚାକିରୀ ଦେବା ନାଁରେ ଠକେଇ

By

Published : Feb 26, 2021, 5:13 PM IST

ଭୁବନେଶ୍ବର: ସରକାରୀ ଚାକିରୀ ଦେବା ନାଁରେ ଠକେଇ । ସରକାରୀ ସହ ନାମିଦାମି କମ୍ପାନୀରେ ଚାକିରୀ ଦେବା କହି ଠକୁଥିବା ଜଣେ ବ୍ୟକ୍ତିକୁ କମିଶନରେଟ ପୋଲିସ ଗିରଫ କରିଥିବାବେଳେ ତାର ସହଯୋଗୀକୁ ଧରିବାକୁ ତଦନ୍ତ ଚାଲିଛି ।

ସରକାରୀ ଚାକିରୀ ଦେବା ନାଁରେ ଠକେଇ

ସୂଚନା ଅନୁସାରେ, ଧଉଳି ଥାନା ନୁଆଗାଁରେ କନସଲଟାନସି କରି ଠକେଇର ଜାଲ ବିଛାଉଥିଲେ। ପ୍ରଥମେ ଅନଲାଇନରେ ବିଜ୍ଞାପନ ଦେଇ ନିରୀହ ଯୁବକ ଯୁବତୀଙ୍କୁ ଟାର୍ଗେଟ କରୁଥିଲେ। ଏସଆଇ(SI) ଠୁ ଆରମ୍ଭ କରି ରେଲୱେ ଓ ଆର୍ମିରେ ଚାକିରୀ କରାଇ ଦେବା କହି ଯୁବକଯୁବତୀଙ୍କୁ ପ୍ରଲୋଭିତ କରୁଥିଲେ ।

ପରେ ସେମାନଙ୍କ ସହ ଯୋଗଯୋଗ କରି ତାଙ୍କ ବିଶ୍ବାସ ଜିତିବା ପାଇଁ କିଛି ଲୋକଙ୍କ ସହ ଦେଖା କରାଉଥିଲେ । ଏପରିକି ପୋଲିସର ମିଛ ଡ୍ରେସ ପିନ୍ଧାଇ ତାଙ୍କୁ ଚାକିରୀ କରାଇ ଦେଇଥିବାର ଉଦାହରଣ ଦେଉଥିଲେ । ଆଉ ନିରୀହ ଯୁବକ ଯୁବତୀଙ୍କ ବିଶ୍ବାସ ଭାଜନ କରି ସେମାନଙ୍କୁ ଠକୁଥିଲେ ।

ପରେ ଏନେଇ ଜଣଙ୍କ ପିଛା ଏକ ଲକ୍ଷରୁ ଆରମ୍ଭ କରି ୧୦ ଲକ୍ଷ ପର୍ଯ୍ୟନ୍ତ ଠକେଇ କରି ଆଉ ଧରାଛୁଆ ଦେଇ ନଥିଲେ। ଏହିପରି ଢଙ୍ଗରେ ପ୍ରାୟ ୧୦ରୁ ୧୫ ଜଣଙ୍କ ଠାରୁ ଏପରି ଚୁନା ଲଗାଇନା ପରେ ଅଫିସ ଛାଡି ପଳାଇବାକୁ ଉଦ୍ୟମ କରୁଥିଲେ। ତାଙ୍କର ଏହି କାରନାମା ସମ୍ପର୍କରେ ଜଣିପାରି 2 ଜଣ ଯୁବକ ତାଙ୍କୁ ଧରିବା ପାଇଁ ଉଦ୍ୟମ କରିଥିଲେ।

ଏନେଇ ଧଉଳି ଥାନାରେ ସୁନ୍ଦରଗଡର ସତ୍ୟରଞ୍ଜନ ଜେନା ଓ ଫୁଲବାଣିର ବିଜୟ ପ୍ରଧାନ ଅଭିଯୋଗ ପରେ ଧଉଳି ଥାନା ପୋଲିସ ଆରମ୍ଭ କରିଥିଲା ଅପରେସନ । ଏନେଇ ଜଗତସିଂହପୁର ମେରାଇନ ଥାନା ଅଧିନ ବନ୍ଦର ଗାଁରୁ ଅଭିଯୁକ୍ତ ସରୋଜ କୁମାର ଜେନାକୁ ଗିରଫ କରିଛି।

ତାଙ୍କ ପତ୍ନୀ ରଶ୍ମିଲତା ମହାନ୍ତିଙ୍କୁ ମଧ୍ୟ ଟ୍ରାକ କରୁଛି ପୋଲିସ। ତେବେ ଉଭୟ ନୁଆଗାଁରେ ଅଫିସ ଖୋଲି ୭ ରୁ ୮ ପିଲାଙ୍କୁ ଠକେଇ କରି କାଉନସେଂଲି ଆଳରେ ଠକେଇ କରୁଥିଲେ। ଫୁଲବାଣି ରାରଲକେଲା ସୁନ୍ଦରଗଡରୁ ଆସିଥିବା ପିଲାଙ୍କୁ ମଧ୍ୟ ଠକେଇ କରୁଥିଲେ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details