ଓଡିଶା

odisha

ତିନି ଦିନିଆ ରିମାଣ୍ଡରେ ଜବ୍‌ ସ୍କାମ ଠକ, ଖୋଲିବ ନେଟୱର୍କର ଚେର

By

Published : Feb 27, 2021, 1:34 PM IST

ତିନିଦିନିଆ ରିମାଣ୍ଡରେ ଗଲା ଜବ ସ୍କାମ ଠକ ସରୋଜ କୁମାର ଜେନା । ରାଜଧାନୀରେ ନିଜ ପତ୍ନୀଙ୍କ ଜରିଆରେ ନିରୀହ ଯୁବକ ଯୁବତୀଙ୍କୁ ଚୂନା ଲଗାଉଥିବାବେଳେ ଶୁକ୍ରବାର ଧଉଳି ଥାନା ପୋଲିସ ଗିରଫ କରିଥିଲା ।

ତିନି ଦିନିଆ ରିମାଣ୍ଡରେ ଗଲା ଜବ ସ୍କାମ ଠକ, ଖୋଲିବ ନେଟୱର୍କର ଚେର
ତିନି ଦିନିଆ ରିମାଣ୍ଡରେ ଗଲା ଜବ ସ୍କାମ ଠକ, ଖୋଲିବ ନେଟୱର୍କର ଚେର

ଭୁବନେଶ୍ବର: ତିନିଦିନିଆ ରିମାଣ୍ଡରେ ଗଲା ଜବ ସ୍କାମ ଠକ ସରୋଜ କୁମାର ଜେନା । ରାଜଧାନୀରେ ନିଜ ପତ୍ନୀଙ୍କ ଜରିଆରେ ନିରୀହ ଯୁବକ ଯୁବତୀଙ୍କୁ ଚୂନା ଲଗାଉଥିବାବେଳେ ଶୁକ୍ରବାର ଧଉଳି ଥାନା ପୋଲିସ ଗିରଫ କରିଥିଲା । ତେବେ ଏଥିରେ କିଏ କିଏ କରିଥିଲେ ସହଯୋଗ ? ବବଲି ଓରଫ ରଶ୍ମି ମହାନ୍ତି କେଉଁଠି ଅଛନ୍ତି ? କିଏ ସରୋଜଙ୍କର ସହଯୋଗ କରିଥିଲେ ? କେତେ ପିଲାଙ୍କଠୁ ଠକିଛନ୍ତି କେତେ ଠକେଇ କରିଛନ୍ତି ? ଠକେଇ ଟଙ୍କା କେଉଁଠି ବିନିଯୋଗ କରିଛନ୍ତି ? ସେ ସବୁର ଟିକ୍‌ ନିକ୍‌ ଗୁମର ଖୋଲିବ ଧଉଳି ଥାନା ପୋଲିସ।

ତିନି ଦିନିଆ ରିମାଣ୍ଡରେ ଗଲା ଜବ ସ୍କାମ ଠକ, ଖୋଲିବ ନେଟୱର୍କର ଚେର

ଚାକିରି ଦେବା ନାରେ ଠକର ପ୍ଲଟ ତିଆରି କରିଥିଲେ ପତି ପତ୍ନୀ । ପତ୍ନୀ ସାଜିଥିଲେ ଏମଡି ଆଉ ସରୋଜ ସାଜିଥିଲେ କାଉନସେଲର । ଏମିତି ଢ଼ଙ୍ଗରେ ବଣ୍ଟି ବବଲି ସାଜି ଠକି ନେଇଥିଲେ ଅନେକ ଯୁବପିଢିଙ୍କଠୁ ଲକ୍ଷ ଲକ୍ଷ । ଯାହାର ଚେର ଖୋଜିବାକୁ ରିମାଣ୍ଡରେ ନେଇଛି କମିସନରେଟ ପୋଲିସ। ରେଲଓ୍ବେ ଠୁ ଆରମ୍ଭ କରି ପୋଲିସ ଚାକିରି ବଡ଼ ବଡ଼ ଦାମି କମ୍ପାନୀରେ ଚାକିରି ଦେବାର ଆଳରେ ନୁଆଗାଁରେ କନସଲଟାନସି କରି ଚଲାଇଥିଲେ କାରବାର । ଯାହାର ଗୁମର ଖୋଲିବ ପୋଲିସ ।

ତିନି ଦିନିଆ ରିମାଣ୍ଡରେ ଗଲା ଜବ ସ୍କାମ ଠକ, ଖୋଲିବ ନେଟୱର୍କର ଚେର

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details