ଭୁବନେଶ୍ବର : ରସିକିଆ ଠକ ଡାକ୍ତରର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଠକ ଡାକ୍ତର ରମେଶ ସ୍ବାଇଁର ମିଳିଲା ୨ଟି କାର । ଖଣ୍ଡଗିରିରେ ଭଡାରେ ରହୁଥିବା ଏକ ଆପାର୍ଟମେଣ୍ଟରୁ ଜବତ କରିଛି ପୋଲିସ ।
ଯେଉଁଠି ଠକ ନକଲି ଡାକ୍ତର ଆସି ଭଡାରେ ରହୁଥିଲେ । ଭୁବନେଶ୍ଵରରେ ରହିବାବେଳେ ଅନେକ ମହିଳାଙ୍କୁ ମଧ୍ୟ ସେହି ଆପାର୍ଟମେଣ୍ଟକୁ ଆଣୁଥିଲେ। ଏହାସହ ଠକ ଡାକ୍ତର ବିରୋଧରେ ଆଉ ଏକ ଅଭିଯୋଗ ଆସିଛି ।
Fake Doctor Ramesh Swain Case: ଡାକ୍ତର ଆପାର୍ଟମେଣ୍ଟରୁ ମିଳିରା ୨ଟି ଗାଡି,ବନ୍ଧା ପକାଇଥିଲା ଏକ୍ସପାୟରଡ ମେଡିସିନ ଜଣେ ଗାଡି ବ୍ୟବସାୟୀଙ୍କ ଠୁ ୬୦ ହଜାର ନେଇ ୩୦ହଜାର ଚୁନା ଲଗାଇଛନ୍ତି । ଏପରିକି ଗାଡି ବ୍ୟବସାୟୀଙ୍କୁ ୩୦ହଜାର ଫେରାଇବାବେଳେ ଆଉ ୩୦ ହଜାର ଟଙ୍କା ନ ଦେଇ କିଛି ମେଡିସିନ ବନ୍ଧା ରଖିଥିଲେ। ଯାହାକୁ ପରେ ନେବା ପରେ ଟଙ୍କା ଫେରାଇବେ ବୋଲି କହିଥିଲେ।
Fake Doctor Ramesh Swain Case: ଡାକ୍ତର ଆପାର୍ଟମେଣ୍ଟରୁ ମିଳିରା ୨ଟି ଗାଡି,ବନ୍ଧା ପକାଇଥିଲା ଏକ୍ସପାୟରଡ ମେଡିସିନ ଏହାବି ପଢନ୍ତୁ :ରିମାଣ୍ଡର ଦ୍ବିତୀୟ ଦିନ: ଠକ ଡାକ୍ତରକୁ ନେଇ କେନ୍ଦ୍ରାପଡା ଗଲା ପୋଲିସର ସ୍ବତନ୍ତ୍ର ଟିମ
ହେଲେ ମେଡିସିନ ଖୋଲିକି ଦେଖିବା ପରେ ଜଣାପଡିଥିଲା ତାହା ବୈଧ ସରିଯାଇଥିବା ଏକ୍ସପାୟରଡ ମେଡିସିନ । ଏନେଇ ପୋଲିସ ନିକଟରେ ଅଭିଯୋଗ ପହଞ୍ଚିବା ପରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ। ସେପଟେ ଠକ ଠାରୁ କେନ୍ଦ୍ରାପଡା ଓ ଢେଙ୍କାନାଳ ସମେତ ପାରାଦୀପ ଲିଙ୍କର ଚେର ପାଇଛି କମିଶନରେଟ ପୋଲିସ ।
Fake Doctor Ramesh Swain Case: ଡାକ୍ତର ଆପାର୍ଟମେଣ୍ଟରୁ ମିଳିରା ୨ଟି ଗାଡି,ବନ୍ଧା ପକାଇଥିଲା ଏକ୍ସପାୟରଡ ମେଡିସିନ ତେବେ ଏସବୁ ଅଞ୍ଚଳରେ ସେ କଣ ଠକାମି କରିଛନ୍ତି । ନିଜ ଗାଁରେ କଣ ତାଙ୍କର ଲିଙ୍କ ରହିଛି ସେ ନେଇ ଖୋଳତାଡ କରିଛି କମିଶନରେଟ ପୋଲିସ । ସେପଟେ ଡାକ୍ତରର ଏକ ସହଯୋଗୀର ସୁରାକ ପାଇଛି ପୋଲିସ ।
ଖୁବଶୀଘ୍ର ତା ପାଖରେ ପହଞ୍ଚିପାରେ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି । ତେବେ ୧୮ଜଣକୁ ବିବାହ କରି ଠକେଇ କରୁଥିବା ମହିଳାଙ୍କ ମଧ୍ୟରୁ ଅନେକ କମିସନରେଟ ପୋଲିସ ସହ ଯୋଗାଯୋଗ କରିଛନ୍ତି। ଏପରିକି ଠକ ରସିକିଆ ନକଲି ଡାକ୍ତର ବିରୋଧରେ ୧୧ ଟି ଏଫଆଇଆର ହୋଇଥିବା ବେଳେ ଆହୁରି ଅଭିଯୋଗ ସଂଖ୍ୟା ବଢିପାରେ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ