ଭୁବନେଶ୍ବର:୧୮ ମହିଳାଙ୍କ ସହ ବିବାହ ଏବଂ ଡାକ୍ତରର ପରିଚୟ ଦେଇ ଲୋକଙ୍କ ଚୂନ ଲଗାଇଥିବା ନକଲି ଡାକ୍ତରର ଆରମ୍ଭ ହେଲା ଲାଏ ଡିଟେକ୍ସନ ଟେଷ୍ଟ( polygraph test) । ରଙ୍ଗିଲା ନକଲି ଡାକ୍ତରର ମିଛ ଧରିବ ପଲିଗ୍ରାଫ ଟେଷ୍ଟ । ଆଜି(ବୁଧବାର) ପୋଲିସ ରମେଶ ସ୍ବାଇଁର ଲାଏ ଡିଟେକ୍ସନ ଟେଷ୍ଟ କରୁଛି । ସତ ମିଛର ଚିଠା କାଢିବାକୁ ପୋଲିସ ୨୦୦ ପ୍ରଶ୍ନ ପ୍ରସ୍ତୁତ କରିଛି । ଫରେନସିକ ଲ୍ୟାବରେ ମିଛଧରା ଟେଷ୍ଟ ଆରମ୍ଭ ହୋଇଛି । ମେସିନ ଜରିଆରେ ନକଲି ଡାକ୍ତର ରମେଶର ହାର୍ଟବିଟ୍ ଓ ପଲ୍ସ ରେଟ ବ୍ଲଡ ପ୍ରେସରରୁ ତା'ର ସତମିଛ ଧରାପଡିବ । କେତେ ରାଣୀର ସେ ଥିଲା ରାଜା, ଏମବିବିଏସ ଆଡମିଶନ ଏବଂ ଚାକିରି ନାଁରେ କେତେ ଟଙ୍କା କାହାଠାରୁ ଠକିଥିଲା ତାହାର ଗୁମର ଖୋଲିବ ।
Fake Doctor: ଠକ ରମେଶ ସ୍ବାଇଁର ଆରମ୍ଭ ହେଲା ଲାଏ ଡିଟେକ୍ସନ ଟେଷ୍ଟ
ମିଛ ଧରିବ ମେସିନ୍ । ନକଲି ଡାକ୍ତର ରମେଶ ସ୍ବାଇଁର ଚାଲିଛି ଲାଏ ଡିଟେକ୍ସନ ଟେଷ୍ଟ । ଅଧିକ ପଢନ୍ତୁ
ଠକ ରମେଶ ସ୍ବାଇଁର ଆରମ୍ଭ ହେଲା ଲାଏ ଡିଟେକ୍ସନ
ଗତ ଫେବୃଆରୀ ୧୪ରେ ଠକ ରମେଶ ସ୍ବାଇଁକୁ କମିଶନରେଟ ପୋଲିସର ମହିଳା ଥାନା ଗିରଫ କରିଥିଲା । ତା' ନାଁରେ ଏଯାବତ୍ ୧୫ଟି ମାମଲା ରୁଜୁ ହୋଇଥିବା ବେଳେ ଅନେକ ମହିଳାଙ୍କ ସହ ସେ ବିବାହ କରିଥିବା ଘଟଣା ସାମ୍ନାକୁ ଆସିଥିଲା । ଏନେଇ ଅଭିଯୁକ୍ତକୁ ତିନି ଥର ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ମଧ୍ୟ ସେ ମିଛ କହୁଥିବା ପୋଲିସ ସନ୍ଦେହ କରୁଥିଲା । ଏନେଇ ପୋଲିସ ଅଭିଯୁକ୍ତ ନକଲି ଡାକ୍ତରର ଲାଏ ଡିଟେକ୍ସନ ଟେଷ୍ଟ କରିବାକୁ କୋର୍ଟକୁ ଅନୁମତି ମାଗିଥିଲା । ଅନୁମତି ମିଳିବା ପରେ ଝାରପଡା ଜେଲରୁ ଆଣି ଟେଷ୍ଟ କରୁଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ