ଭୁବନେଶ୍ବର: ପୋଲିସ କବଜାରେ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଡ୍ରାଇଭର । ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରୁ ରମେଶଙ୍କ ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକ ଓରଫ ପପୁକୁ ଗିରଫ କରିଛି କମିଶନରେଟ ପୋଲିସ । ରମେଶ ଗିରଫ ହେବା ପର ଠାରୁ ତାଙ୍କ ଡ୍ରାଇଭର ଚିତ୍ତରଞ୍ଜନ ଫେରାର ଥିଲା ।
ରମେଶର ଠକେଇ ମୁଖ୍ୟ ସହଯୋଗୀ ସାଜିଥିଲା ଚିତ୍ତରଞ୍ଜନ । ପୋଲିସ ଚିତ୍ତରଞ୍ଜନକୁ ଗିରଫ ପରେ ଜେରା କରୁଛି । ନକଲି ଡାକ୍ତରର ପରିଚୟ ଦେଇ ୧୮ ଜଣ ମହିଳାଙ୍କୁ ବିବାହ କରିଥିଲା ରମେଶ । ଛତିଶଗଡ଼, ଆସାମ, ଓଡ଼ିଶାରୁ ବିଭିନ୍ନ ସ୍ଥାନରେ ବିବାହ କରିଥିଲା ରମେଶ । କେବଳ ବିବାହ କରି ନୁହେଁ ଚାକିରି କରାଇଦେବା ନାଁରେ ମଧ୍ୟ ବହୁ ଲୋକଙ୍କୁ ଠକିଛି ରମେଶ । ପୋଲିସ୍ ହାବୁଡ଼ରେ ନକଲି ଡାକ୍ତର ରମେଶ ସ୍ବାଇଁ ପଡି ଯାଇଥିଲା । ଏହାପରଠୁ ରମେଶ ସ୍ବାଇଁଙ୍କୁ ଛାଡ଼ି ଫେରାର ହୋଇ ଯାଇଥିବା ତାଙ୍କ ବ୍ୟକ୍ତିଗତ ଡ୍ରାଇଭର ପପୁକୁ ଶେଷରେ ବାନ୍ଧିଛି ପୋଲିସ୍। ରମେଶଙ୍କ ବହୁ କଳା କାରନାମାରେ ଚିତ୍ତରଞ୍ଜନ ସାମିଲ ଥିବା ସନ୍ଦେହ କରାଯାଉଛି ।