ଭୁବନେଶ୍ବର:କଥାରେ ଅଛି ମୁଁ ୯୯ ରାଣୀର ରଜା...ମତେ ୧୦୦ ପଡିଛି ଖୋଜା। ଠିକ୍ ଏମିତି ଢଙ୍ଗରେ ଚେହେରା ଆଳରେ ଯୁବତୀଙ୍କୁ ମୋହରା କରୁଥିଲା କଟକର ଯୁବକ ପ୍ରଭାସ ଦାସ । ଲୁଟ କରିବାର ନୂଆ ଫଣ୍ଡା ଆପଣାଇ ଶେଷରେ ଧରାପଡିଛନ୍ତି ଯୁବକ । ଜଣେ ନୁହଁ କି ୨ ଜଣ ନୁହଁ ୧୫୦ ଜଣ ଯୁବତୀଙ୍କୁ ମୋହରା ବନାଇ ଲୁଟ କରିଥିଲେ ଯୁବକ (young boy cheated many girls ) । ଆଉ ମାଧ୍ୟମ ଥିଲା ଫେସବୁକ । ଫେସବୁକରେ ନିଜର ସୁନ୍ଦର ସୁନ୍ଦର ଫଟୋ ଅପଲୋଡ କରି ଯୁବତୀଙ୍କୁ ପ୍ରେମଜାଲରେ ଫସାଉଥିଲେ ।
କାହାକୁ ଡାକ୍ତର ତ ଆଉ କାହାକୁ ମଡେଲର ଓ ପୁଣି କାହାକୁ ଆର୍କିଟେକ୍ଚରର ପରିଚୟ ଦେଇ ମାଟ୍ରିମୋନିଆଲ ସାଇଟରେ ଅନେକ ଯୁବତୀଙ୍କ ସହ ଡେଟ କରୁଥିଲେ। ଏହାପରେ ଠକାମି ଜାଲ ବିଛାଇବା ଆରମ୍ଭ କରିଦେଉଥିଲେ ଠକ ପ୍ରେମିକ । ପ୍ରଥମେ ସପିଂ କରିବା ବାହାନାରେ ମଲ ନେଇଯାଉଥିଲେ । ଏହାପରେ ଡ୍ରେସ କିଣାଇବା ବାହାନାରେ ଯୁବତୀ ଟ୍ରାଏଲ ରୁମରେ ଥିବା ବେଳେ ସେମାନଙ୍କ ଭ୍ୟାନିଟି ଓ ମୋବାଇଲ ନେଇ ଚମ୍ପଟ ମାରୁଥିଲେ ।