ଭୁବନେଶ୍ବର: ଭଟଲିରେ ବିପୁଳ ପରିମାଣର ନକଲି ନୋଟ। ଏହି ସବୁ ନକଲି ନୋଟ ଜବତ କରିଛି ଏସଟିଏଫ ଟିମ। ଭଟଲି ଛକରୁ ୧୦୦, ୨୦୦ ଓ ୫୦୦ ଟଙ୍କିଆ ନକଲି ନୋଟ କାରବାର କରୁଥିବା ୩ଜଣଙ୍କୁ ଗିରଫ କରିଛି ଏସଟିଏଫ ଟିମ।
ରାୟଗଡା ସରିଆରର ବରହମପୁରର ମଙ୍ଗଲୁ ମଲଖାର, କଟକ ଲାଲବାଗ ଜଗନାଥ ସାହିର ସୁଦର୍ଶନ ମହାନ୍ତି, ବରଗଡ ବରପାଲି କେୱାଡର ପ୍ରଫୁଲ ମେହେରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ। ସେମାନଙ୍କ ନିକଟରୁ ୨୮୮ ଟି ୫୦୦ ଟଙ୍କିଆ, ୨୩୩ଟି ୨୦୦ ଟଙ୍କିଆ, ୧୦୦ଟି ୧୦୦ଟଙ୍କିଆ ନକଲି ନୋଟ ।