ଓଡିଶା

odisha

By

Published : Jul 13, 2022, 5:10 PM IST

ETV Bharat / city

ପୁଣି ନକଲି ନୋଟ ଜବତ: ଜନସେବା କେନ୍ଦ୍ରରେ ପ୍ରିଣ୍ଟ ହେଉଥିଲା ଜାଲ ନୋଟ

ସମ୍ବଲପୁର ଜିଲ୍ଲା ଜୁଜୁମରାରୁ ବିପୁଳ ପରିମାଣର ନକଲି ନୋଟ ଜବତ । ଜନସେବା କେନ୍ଦ୍ରରେ ଜାଲ ନୋଟ ତିଆରି ହେଉଥିଲା । ଏସଟିଏଫ ଟିମ୍ ଚଢାଉ କରି ଜାଲ ନୋଟ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ବିପୁଳ ପରିମାଣର ନକଲି ନୋଟ ଜବତ, ୨ ଗିରଫ
ବିପୁଳ ପରିମାଣର ନକଲି ନୋଟ ଜବତ, ୨ ଗିରଫ

ଭୁବନେଶ୍ବର: ଓଡିଶା ବଜାରରେ ନକଲି ନୋଟ । ସମ୍ବଲପୁର ଜିଲ୍ଲା ଜୁଜୁମରାରୁ ବିପୁଳ ପରିମାଣର ନକଲି ନୋଟ ଜବତ କରିଛି ଏସଟିଏଫ(STF) ଟିମ୍ । ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି । ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ପୋଦାର ସାହୁ ଓ ଜନ୍ମେଞ୍ଜୟ ବାଗ । ଅଭିଯୁକ୍ତଙ୍କ ଠାରୁ ୧୫ ଲକ୍ଷରୁ ଅଧିକ ନକଲି ନୋଟ ସହ ଲ୍ୟାପଟପ ଓ କଲର ପ୍ରିଣ୍ଟର ଜବତ କରାଯାଇଛି ।

ପୁଣି ନକଲି ନୋଟ ଜବତ: ଜନସେବା କେନ୍ଦ୍ରରେ ପ୍ରିଣ୍ଟ ହେଉଥିଲା ଜାଲ ନୋଟ

ସବୁଠୁ ବଡ କଥା ହେଉଛି ଏହି ଦୁଇ ଅଭିଯୁକ୍ତ ଏକ ଜନସେବା କେନ୍ଦ୍ରରେ ନକଲି ନୋଟ ତିଆରି କରୁଥିଲେ । ଏନେଇ ସୂଚନା ପାଇବା ପରେ ଏସଟିଏଫ ଟିମ୍ ସେଠାରେ ଚଢାଉ କରି ଦୁଇ ଜଣକୁ ଗିରଫ କରିଛି ଏବଂ ନକଲି ନୋଟ ଜବତ କରିଛି । ଜବତ ହୋଇଥିବା ସମୁଦାୟ ୧୫ ଲକ୍ଷ ୧୨ ହଜାର ୫୦୦ ଟଙ୍କାର ନକଲି ନୋଟ ମଧ୍ୟରେ ୫୦୦ ଓ ୨୦୦ ଟଙ୍କିଆ ନକଲି ନୋଟ ଥିବା ସୂଚନା ମିଳିଛି । ଏସଟିଏଫ ଡିଏସପି ସଚ୍ଚିତାନନ୍ଦ ରଥ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ପୂର୍ବରୁ ବରଗଡ ବରପାଲିରୁ ୧୪ ଲକ୍ଷର ନକଲି ନୋଟ ଜବତ ହୋଇଥିଲା । କିଛି ଦିନ ତଳେ ଭୁବନେଶ୍ୱରର ଖାରବେଳ ନଗରରୁ ମଧ୍ୟ ନକଲି ନୋଟ ଜବତ ହୋଇଥିଲା । ୩୦ହଜାର ଅସଲି ନୋଟ ବଦଳରେ ୧ ଲକ୍ଷ ଟଙ୍କାର ନକଲି ନୋଟ କାରବାର ହେଉଥିଲା । ତେବେ ବଡ କଥା ହେଉଛି, ଅସଲି ନୋଟ ବଦଳରେ ଆସିଥିବା ଏହି ନକଲି ନୋଟ କେଉଁଠି କାରବାର ହୋଇଛି ? କେତେ ମାତ୍ରାରେ ନକଲି ନୋଟ ଓଡିଶା ବଜାରକୁ ଯାଇଛି ? କେଉଁ ଲୋକ ଏ ଟଙ୍କାର ବ୍ୟବହାର କରୁଛନ୍ତି ? ଏସବୁ ଖୋଲତାଡ କରୁଛି ଏସଟିଏଫ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details