ଓଡିଶା

odisha

ETV Bharat / city

ନକଲି ଔଷଧ ଘଟଣା ତନାଘନା, ମୁମ୍ବାଇ ଖୋଲିବ ରାଜ୍‌ - Odisha Crime Branch STF

ନକଲି ଔଷଧ କେଉଁଠାରୁ ଆସୁଥିଲା ଓ ଏହାର ବିକ୍ରି କିଭଳି ନିର୍ଦ୍ଦ୍ବନ୍ଦରେ ହୋଉଥିଲା । ଏହାର ତନାଘନା ପାଇଁ ମୁମ୍ବାଇ ଗଲା ଏସଟିଏଫ ଟିମ । ଅଧିକ ପଢନ୍ତୁ..

ନକଲି ଔଷଧ ଘଟଣା ତନାଘନା, ମୁମ୍ବାଇ ଖୋଲିବ ରାଜ୍‌
ନକଲି ଔଷଧ ଘଟଣା ତନାଘନା, ମୁମ୍ବାଇ ଖୋଲିବ ରାଜ୍‌

By

Published : Jun 18, 2021, 10:43 PM IST

ଭୁବନେଶ୍ବର: ନକଲି ଔଷଧ ବିକ୍ରି ଘଟଣାରେ ହେଉଛି ଜୋରଦାର ତନାଘନା । ତେବେ କେଉଁଠି ରହିଛି ଏଭଳି ଅପରାଧର ଜଡ । ଏ ନେଇ ମୁମ୍ବାଇରୁ ଖୋଲିପାରେ ରାଜ । ଏଥିଲାଗି ମୁମ୍ବାଇ ଗଲା ଏସଟିଏଫ ଟିମ।

ନକଲି ଔଷଧ ଘଟଣା ତନାଘନା, ମୁମ୍ବାଇ ଖୋଲିବ ରାଜ୍‌

ତଦନ୍ତକାରୀ ଦଳ ନକଲି ଔଷଧ ଦଲାଲ ସୁଦିପ ବାନାର୍ଜୀକୁ ପଚରାଉଚରା କରିବ । ପୂର୍ବରୁ ସୁଦିପକୁ ଗିରଫ କରିଛି ମୁମ୍ବାଇ ପୋଲିସ। ତେବେ ଓଡିଶାକୁ କେମିତି ଆସିଲା ନକଲି ଔଷଧ। ସେନେଇ ଏହାର ଚେର ଖୋଳିପାରେ ବୋଲି ଆଶା ରଖିଛି ଓଡିଶା ପୋଲିସ।

ଖାସ ଏଇଥିପାଇଁ ଏସଟିଏଫର ଏକ ଟିମ ମୁମ୍ବାଇ ଯାଇଛି। କୋଭିଡ ମହାମାରୀ ସଙ୍କଟ ସମୟରେ ବିଭିନ୍ନ ଚିକିତ୍ସା ଉପକରଣର କେବଳ କଳାବଜାର ହେଉନି । ବରଂ କିଛି ଅସାଧୁ ବ୍ୟବସାୟୀ ନକଲି ଔଷଧକୁ ନିର୍ଭୟରେ ବିକ୍ରି କରୁଥିଲେ । ସେ ନେଇ ଜୋରସୋର ତଦନ୍ତ ଜାରି ରହିଛି କ୍ରାଇମବ୍ରାଞ୍ଚ ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିିଭି ଭାରତ

ABOUT THE AUTHOR

...view details