ଓଡିଶା

odisha

By

Published : Dec 10, 2019, 6:20 AM IST

ETV Bharat / city

ସାବଧାନ ରାଜଧାନୀରେ ଭଣ୍ଡ ବାବା, ବୁଲାଇପାରନ୍ତି ଆପଣଙ୍କୁ କଳାକନା

ସାଧୁସନ୍ଥ ବେଶରେ ରାଜଧାନୀରେ ବୁଲୁଛନ୍ତି ଭଣ୍ଡ ବାବା । ମୁଣ୍ଡରେ ବିଭୂତି ଓ ଚାମର ମାରି ଲୁଟିନେଉଛନ୍ତି ସର୍ବସ୍ବ । ଏମିତି ଏକ ଅଭିଯୋଗ ହୋଇଛି ରାଜଧାନୀ ଭୁବନେଶ୍ବର ସ୍ଥିତ ଚନ୍ଦ୍ରଶେଖରପୁର ଥାନାରେ । ଅଧିକ ପଢନ୍ତୁ...

Fake baba arrested by commissionrate police
ସାଧୁସନ୍ଥ ବେଶରେ ରାଜଧାନୀରେ ବୁଲୁଛନ୍ତି ଭଣ୍ଡ ବାବା

ଭୁବନେଶ୍ବର: ସାବଧାନ ରାଜଧାନୀବାସୀ । ସାଧୁସନ୍ଥ ବେଶରେ ବୁଲୁଛନ୍ତି ଭଣ୍ଡ ବାବା । ଯେକି ନିଜର ବେଶ ପୋଷାକ ଓ ଚତୁରତାରେ ଫଶାଇ ଲୋକଙ୍କୁ ବୁଲାଉଛନ୍ତି କଳାକନା । ମୁଣ୍ଡରେ ବିଭୂତି ଓ ଚାମର ମାରି ଲୁଟିନେଉଛନ୍ତି ସର୍ବସ୍ବ । ଠାକୁରଙ୍କ ନାଁରେ ଲୋକଙ୍କ ଘର ଘର ବୁଲି ଭିକ୍ଷାବୃତ୍ତି ଆଳରେ କରୁଛନ୍ତି ଏଭଳି କାମ । ଏମିତି ଏକ ଅଭିଯୋଗ ହୋଇଛି ରାଜଧାନୀ ଭୁବନେଶ୍ବର ସ୍ଥିତ ଚନ୍ଦ୍ରଶେଖରପୁର ଥାନାରେ । ଅଭିଯୋଗ ପରେ କମିଶନରେଟ୍‌ ପୋଲିସ 2 ଜଣ ଭଣ୍ଡବାବା ରାଜା ଯୋଗୀ ଓ ସୁରେଶ ଯୋଗୀକୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ସୂଚନାମୁତାବକ, ଗତ ଜୁଲାଇ ୧୬ ତାରିଖରେ ଚନ୍ଦ୍ରଶେଖରପୁର ଥାନା ଡମଣା ଅଞ୍ଚଳର ରବୀନ୍ଦ୍ର ମଲିକଙ୍କ ଘରେ ପହଞ୍ଚିଥିଲେ ଏହି ଦୁଇ ଭଣ୍ଡ ବାବା । ରବୀନ୍ଦ୍ରଙ୍କ ଝିଅ ଦେହ ଭଲ ନଥିବା ଦେଖି ଏହାର ସୁଯୋଗ ଉଠାଇ ଉଭୟ ତାଙ୍କ ସ୍ତ୍ରୀ ସହ କଥା ହୋଇଥିଲେ । ଏହା ପରେ ବାବାଙ୍କ ବିଭୂତି କହି ତାଙ୍କ ସ୍ତ୍ରୀ ମୁଣ୍ଡରେ ମାରି ସବୁ କିଛି ଠିକ୍ ହେବାର ଆଶ୍ବସନା ଦେଇଥିଲେ । ଆଉ ଚାମରରେ ଝାଡି ଦେଇ ଆଖିବୁଜ କହି ତାଙ୍କ ଘରେ ଥିବା ଦୋକାନର ବାକ୍ସରୁ ୩୫୬୦ ଟଙ୍କା ନେଇ ଛୁ ହୋଇଥିଲେ ।

ଉଭୟ ପଟିଆ ଷ୍ଟେସନ ନିକଟରେ ବୁଲୁଥିବା ବେଳେ ଦୁହିଁଙ୍କ ଫଟୋ ଆଣି ନିଜ ପତ୍ନୀଙ୍କୁ ଦେଖାଇଥିଲେ ରବୀନ୍ଦ୍ର । ଫଟୋ ଦେଖି ଭଣ୍ଡ ବାବାଙ୍କୁ ସ୍ତ୍ରୀ ଚିହ୍ନିବା ପରେ ଏନେଇ ସେ ଥାନାରେ ଜଣାଇଥିଲେ । ପୂର୍ବ ଅଭିଯୋଗକୁ ଭିତ୍ତି କରି 2 ଭଣ୍ଡ ବାବାଙ୍କୁ ଗିରଫ କରିଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details