ଭୁବନେଶ୍ବର: ଗୋରା ହେବା ପାଇଁ କ୍ରିମ ବ୍ୟବହାର କରୁଛନ୍ତି କି , ହୋଇ ଯାଆନ୍ତୁ ସାବଧାନ । ଏହା ଆପଣ ଙ୍କ ପାଇଁ ହୋଇ ପାରେ କ୍ଷତିକାରକ । ବଜାରରେ ମିଳୁଥିବା ଏହି କ୍ରିମ ଶରୀର ପାଇଁ ପାଲଟି ପାରେ ବଡ଼ ବିପଦ । ଏହିପରି କ୍ରିମ କୁ ଦୀର୍ଘ ଦିନ ବ୍ୟବହାର କଲେ ହୋଇପାରେ ଚର୍ମରୋଗ ଆଉ ଗୋରା ହେବା ଆଳରେ ଚାଲିଯାଇ ପରେ ଭଗବାନ ଆପଙ୍କୁ ଦେଇଥିବା ସୌନ୍ଦର୍ଯ୍ୟ ।
ଏହିଭଳି ନକଲି ବ୍ରାଣ୍ଡର କ୍ରିମ ଯୋଗାଉଥିବା ଠକ କମ୍ପାନୀ କି ଠାବ କରିଛି ଭୁବନେଶ୍ବର କମିଶନରେଟ ପୋଲିସ । ରାଜଧାନୀର ବମିଖାଲ ଅଞ୍ଚଳରେ ଚଢ଼ାଉ କରାଯାଇ ଏକ କମ୍ପାନୀ ବିରୋଧରେ ମାମଲା ରୁଜୁ କରାଯାଇଛି । ଅନ୍ୟ ପଟେ ଏହି ସବୁ କ୍ରିମକୁ ବିନା ଡାକ୍ତରଙ୍କ ପରାମର୍ଶରେ ଲଗାଇବା ଏକ ବଡ଼ ଭୁଲ ଅଟେ ବୋଲି ଭୁବନେଶ୍ବର ଡ୍ରଗ କଣ୍ଟ୍ରୋଲର ମତ ରଖିଛନ୍ତି ।