ଓଡିଶା

odisha

ETV Bharat / city

ଭିଜିଲାନ୍ସ ପଞ୍ଝାରେ ଉପ ନିର୍ଦ୍ଦେଶକ, 6ଟି ସ୍ଥାନରେ ଚଢାଉ - Factory and boilers Deputy director

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଲେ ଫାକ୍ଟ୍ରି ଆଣ୍ଡ ବଏଲର୍ସ ଉପ ନିର୍ଦ୍ଦେଶକ । ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ପକ୍ଷରୁ ସ୍ବତନ୍ତ୍ର ୱାରେଣ୍ଟ ଜରିଆରେ ୬ଟି ସ୍ଥାନରେ ଚଢାଉ‌ କରିଛି ଭିଜିଲାନ୍ସ ଟିମ୍‌ ।

ଫାକ୍ଟ୍ରି ଆଣ୍ଡ ବୟଲର୍ସ ଡେପୁଟି ଡାଇରେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌
ଫାକ୍ଟ୍ରି ଆଣ୍ଡ ବୟଲର୍ସ ଡେପୁଟି ଡାଇରେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

By

Published : Sep 3, 2020, 10:00 AM IST

Updated : Sep 3, 2020, 11:43 AM IST

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍‌। ଫାକ୍ଟ୍ରି ଆଣ୍ଡ ବୟଲର୍ସ ଡେପୁଟି ଡାଇରେକ୍ଟର ରମେଶଚନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ପକ୍ଷରୁ ସ୍ବତନ୍ତ୍ର ୱାରେଣ୍ଟ ଜରିଆରେ ୬ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ ଟିମ୍‌ ।

ଭିଜିଲାନ୍ସ ପଞ୍ଝାରେ ଉପ ନିର୍ଦ୍ଦେଶକ, 6ଟି ସ୍ଥାନରେ ଚଢାଉ
ଫାକ୍ଟ୍ରି ଆଣ୍ଡ ବୟଲର୍ସ ଡେପୁଟି ଡାଇରେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ଭୁବନେଶ୍ବର ଘାଟିକିଆ ଥିବା ବାସଭବନ, କଟକ ପିଲିଗ୍ରିମ ରୋଡ୍‌ରେ ଥିବା ସମ୍ପର୍କିୟଙ୍କ ଘର। ଯାଜପୁର କୋରେଇ ଥିବା ନିଜ ଘର, ସିଡିଏରେ ଥିବା ଏକ ଘର ସହ ଭୁବନେଶ୍ବର ଥିବା କାର୍ଯାଳୟ ଓ କଟକ କାର୍ଯ୍ୟାଳୟ ସମେତ ପଣ୍ଡିଚେରୀରେ ଥିବା ଏକ ଘରେ ମଧ୍ୟ ରେଡ୍‌ ମାରିଛି ଭିଜିଲାନ୍ସ ଟିମ୍‌। ଅନେକ ସମ୍ପତ୍ତିର ସୁରାକ ପାଇଥିବା ବେଳେ ଏଯାବତ ନିର୍ଦ୍ଧିଷ୍ଟ ପରିମାଣର ସମ୍ପତ୍ତି ଆକଳନ କରାଯାଇପାରି ନାହିଁ ।

ଭୁବନେଶ୍ବରରୁ ତାପସ ପରିଡା ଓ ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Sep 3, 2020, 11:43 AM IST

ABOUT THE AUTHOR

...view details