ଓଡିଶା

odisha

ETV Bharat / city

ରାଜ୍ୟ ଆଇନଶୃଙ୍ଖଳା ନେଇ ବିଜେଡି -ବିଜେପି ମୁହାଁମୁହିଁ - law imbalance in state

ଶନିବାର ବିଧାନସଭାରେ ରାଜ୍ୟର ଆଇନଶୃଙ୍ଖଳା ଓ ମାହାଙ୍ଗା ଘଟଣାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ତୁମ୍ବୀତୋଫାନ କରିଥିଲେ । ଶାସକ ଦଳ ଓ ଆଇନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ କାଠଗଡାକୁ ଟାଣିଥିଲେ ବିଜେପି । ଅଧିକ ପଢ଼ନ୍ତୁ...

ରାଜ୍ୟ ଆଇନଶୃଙ୍ଖଳା ନେଇ ବିଜେଡି -ବିଜେପି ମୁହାଁମୁହିଁ
ରାଜ୍ୟ ଆଇନଶୃଙ୍ଖଳା ନେଇ ବିଜେଡି -ବିଜେପି ମୁହାଁମୁହିଁ

By

Published : Mar 21, 2021, 5:19 PM IST

ଭୁବନେଶ୍ବର: ଗତକାଲି(ଶନିବାର) ବିଧାନସଭାରେ ରାଜ୍ୟର ଆଇନଶୃଙ୍ଖଳା ଓ ମାହାଙ୍ଗା ଘଟଣାକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ତୁମ୍ବୀତୋଫାନ କରିଥିଲେ । ଶାସକ ଦଳ ଓ ଆଇନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ କାଠଗଡାକୁ ଟାଣିଥିଲେ ବିଜେପି । ବିରୋଧୀଙ୍କ ଅଭିଯୋଗର ଶାସକ ଦଳ ପକ୍ଷରୁ ଜବାବ ରଖିଥିଲେ ଚାନ୍ଦବାଲି ବିଧାୟକ ତଥା ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ । ଆଉ ଚାନ୍ଦବାଲି ବିଧାୟକ ବ୍ୟୋମୋକେଶ ରାୟଙ୍କ ପ୍ରତିକ୍ରିୟାକୁ ଟାର୍ଗେଟ କରିଛି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ।

ବ୍ୟୋମକେଶ ଗୃହ ବାହାରେ ଯେଉଁ ପ୍ରତିକ୍ରିୟା ରଖିଲେ ତାହା ଶୈତାନର ବେଦପାଠ ସଦୃଶ ବୋଲି କହିଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟ । ମୋତିଲାଲ ଗୌଡ଼ ଘଟଣାରେ ବ୍ୟମକେଶ ଅଭିଯୁକ୍ତ ଥିଲେ । କିନ୍ତୁ କାହିଁକି ତାଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କଲା ନାହିଁ ବୋଲି ଇରାଶିଷ ପ୍ରଶ୍ନ କରିଛନ୍ତି ? ଯେଉଁ ଧଳା ସ୍କର୍ପିଓ ଚଳାଉଥିଲେ ତାହା କେଉଁ ଅପରାଧୀ ନାଁରେ ଥିଲା ତାହା ବ୍ୟୋମକେଶ ବାବୁ କହିବେ କି ? ଚାନ୍ଦବାଲି ମଦମୃତ୍ୟୁ ଘଟଣାରେ ତାଙ୍କ ଭୂମିକା କଣ ଥିଲା ? ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ କିଛି ଦିନ ତଳେ ହୋଇଥିବା ମହିଳାଙ୍କ ଉପରେ ଆକ୍ରମଣ ଘଟଣାରେ ସେ ସମ୍ପୃକ୍ତ ଥିଲେ । ନାରୀ ସୁରକ୍ଷା କଥା କହୁଥିବା ତାଙ୍କ ଦଳ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନଥିଲା ? ବିଜୁ ଯୁବ ବାହିନୀକୁ ନେଇ ଆମେ କରିଥିବା ଅଭିଯୋଗକୁ ନେଇ ବିଜେଡି ନେତା ମୋର ଅପରାଧିକ ପୃଷ୍ଠଭୂମି ଥିବା କଥା କହିଲେ ।

ଯେପର୍ଯ୍ୟନ୍ତ ଆଇନ ଦୋଷୀ ବୋଲି କହିନି ସେ ଦୋଷୀ ନୁହେଁ । କିନ୍ତୁ ମାହାଙ୍ଗା ଡବଲ ମର୍ଡର ଘଟଣାରେ 13 ନମ୍ବର ଅଭିଯୁକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କାହିଁକି ସୁରକ୍ଷା ଦିଆଯାଉଛି ଓ କାହିଁକି ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉନାହିଁ ତାର ଜବାବ ଦିଅନ୍ତୁ ବୋଲି ଇରାଶିଷ ଦାବି କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନାଙ୍କ ମାହାଙ୍ଗା ହତ୍ୟାକାଣ୍ଡରେ ସଂପୃକ୍ତି ଥିବାନେଇ ଗତକାଲି (ଶନିବାର) ବିଧାନସଭା ଘେରାଉ କରିଥିଲା ବିଜେପି। ମାହାଙ୍ଗା ହତ୍ୟାକାଣ୍ଡରେ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରି ଆସୁଛି ବିଜେପି।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details