ଓଡିଶା

odisha

ETV Bharat / city

ଦାଦାବଟି ମାମଲାରେ ଫସିଲା ବସ ମାଲିକ, ବରମୁଣ୍ଡା ବସଷ୍ଟାଣ୍ଡରେ ଖେଳାଇଥିଲା ଆତଙ୍କ - ଖଣ୍ଡଗିରି ଥାନା ପୋଲିସ

ଆତଙ୍କ ଖେଳାଇଥିବା ନିଳକଣ୍ଠ ବସ ମାଲିକ ଭରତ ପ୍ରଧାନଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏଥିସହ ତା' ସହଯୋଗୀ ଅଶୋକ ସ୍ବାଇଁ,ପ୍ରସନ୍ନ ସେନାପତି ସହ ସୌମ୍ୟ ରଞ୍ଜନ ପ୍ରଧାନକୁ ମଧ୍ୟ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।

ଦାଦାବଟି ମାମଲାରେ ଫସିଲା ବସ ମାଲିକ,ବରମୁଣ୍ଡା ବସଷ୍ଟାଣ୍ଡରେ ଖେଳାଇଥିଲା ଆତଙ୍କ
ଦାଦାବଟି ମାମଲାରେ ଫସିଲା ବସ ମାଲିକ,ବରମୁଣ୍ଡା ବସଷ୍ଟାଣ୍ଡରେ ଖେଳାଇଥିଲା ଆତଙ୍କ

By

Published : Oct 18, 2020, 4:28 PM IST

Updated : Oct 18, 2020, 4:50 PM IST

ଭୁବନେଶ୍ବର: ବଟି ଦବ ତ ପାସେଞ୍ଜର ନେବ । ବଟି ନାହିଁ ବେପାର ନାହିଁ । ଏମିତି ଢଙ୍ଗରେ ଚାଲୁଥିଲା ଦାଦାବଟି କଲେକ୍ସନ । ଯାହାକୁ ନେଇ ବରମୁଣ୍ଡା ବସ ଷ୍ଟାଣ୍ଡରେ ଖେଳିଥିଲା ବଟି ଆଦାୟର ଭୟ । ଆତଙ୍କ ଖେଳାଇଥିବା ନିଳକଣ୍ଠ ବସ ମାଲିକ ଭରତ ପ୍ରଧାନଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଏଥିସହ ତା' ସହଯୋଗୀ ଅଶୋକ ସ୍ବାଇଁ,ପ୍ରସନ୍ନ ସେନାପତି ସହ ସୌମ୍ୟ ରଞ୍ଜନ ପ୍ରଧାନକୁ ମଧ୍ୟ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।

ଦାଦାବଟି ମାମଲାରେ ଫସିଲା ବସ ମାଲିକ, ବରମୁଣ୍ଡା ବସଷ୍ଟାଣ୍ଡରେ ଖେଳାଇଥିଲା ଆତଙ୍କ

ସେମାନଙ୍କଠୁ ଗୋଟିଏ ସ୍କର୍ପିଓ OD02C7009 ସହ ଲକ୍ଷ ନଗଦ ଟଙ୍କା ଓ ୫ଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ତେବେ ଦାଦାବଟିକୁ ନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ଅପରେସନ । ଯାହାର ପ୍ରଥମ ଦିନରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ପରେ ବରମୁଣ୍ଡାରୁ ଜଣେ ବସ ମାଲିକ ସହ ୩ ସହଯୋଗୀକୁ ଗିରଫ କରାଯାଇଛି ।

ଦାଦାବଟି ମାମଲାରେ ଫସିଲା ବସ ମାଲିକ,ବରମୁଣ୍ଡା ବସଷ୍ଟାଣ୍ଡରେ ଖେଳାଇଥିଲା ଆତଙ୍କ

ତେବେ ସହରରେ କେହି ଦାଦାବଟି ମାଗିଲେ ତୁରନ୍ତ ନିଅନ୍ତୁ କମିଶନରେଟ ପୋଲିସର ସହଯୋଗ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Oct 18, 2020, 4:50 PM IST

ABOUT THE AUTHOR

...view details