ଭୁବନେଶ୍ବର: ନିର୍ଦ୍ଧିଷ୍ଟ ଜିଲ୍ଲା କିମ୍ବା ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ବ୍ୟତିରେକ ରାଜ୍ୟର ପଛୁଆ ଜିଲ୍ଲାମାନଙ୍କରେ ଶିଳ୍ପ ପ୍ରତିଷ୍ଠା ହେବ । ଏଥିଲାଗି ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଖାରବେଳ ଭବନ ଶିଳ୍ପ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୫-‘ଟି’ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ମନ୍ତ୍ରୀ ଅଧ୍ୟକ୍ଷତା କରି କହିଛନ୍ତି ଯେ, ବଡ଼ ଶିଳ୍ପ ସହିତ କ୍ଷୁଦ୍ର ଶିଳ୍ପ, ବିଶେଷ କରି ସ୍ଥାନୀୟ ସଂସ୍ଥାମାନଙ୍କୁ ଶିଳ୍ପ ପ୍ରତିଷ୍ଠା ଲାଗି ସୁଯୋଗ ସୃଷ୍ଟି ହେବା ଆବଶ୍ୟକ । ଏହା ଦ୍ୱାରା ସବୁ ଅଞ୍ଚଳର ବିକାଶ ସମ୍ଭବ ହୋଇପାରିବ । ଏଥିଲାଗି ଶିଳ୍ପ ବିଭାଗ ଅନ୍ୟ ପ୍ରମୁଖ ବିଭାଗମାନଙ୍କ ସହ ସଂଯୋଗ ସ୍ଥାପନ କରି ଏକ ନୋଡ଼ାଲ ବିଭାଗର ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ । ବିଭିନ୍ନ ଜିଲ୍ଲାରେ ଦକ୍ଷତା ବୃଦ୍ଧି ନିମନ୍ତେ ସମ୍ମିଳନୀ ଆୟୋଜନ ସହ କୃଷି, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେବା ପାଇଁ ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ପରାମର୍ଶ ଦେଇଛନ୍ତି ।
ଶିଳ୍ପ ବିଭାଗର ୫-ଟି ସମୀକ୍ଷା: ପଛୁଆ ଜିଲ୍ଲାରେ ପ୍ରତିଷ୍ଠା ହେବ ବ୍ୟାପକ ଶିଳ୍ପ ପ୍ରତିଷ୍ଠାନ - ପଛୁଆ ଜିଲ୍ଲାରେ ପ୍ରତିଷ୍ଠା ହେବ ବ୍ୟାପକ ଶିଳ୍ପ ପ୍ରତିଷ୍ଠାନ
ନିର୍ଦ୍ଧିଷ୍ଟ ଜିଲ୍ଲା କିମ୍ବା ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ବ୍ୟତିରେକ ରାଜ୍ୟର ପଛୁଆ ଜିଲ୍ଲାମାନଙ୍କରେ ଶିଳ୍ପ ପ୍ରତିଷ୍ଠା ହେବ । ଏଥି ଲାଗି ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ସମୀକ୍ଷା ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ
ଶିଳ୍ପ ବିଭାଗର ୫-ଟି ସମୀକ୍ଷା: ପଛୁଆ ଜିଲ୍ଲାରେ ପ୍ରତିଷ୍ଠା ହେବ ବ୍ୟାପକ ଶିଳ୍ପ ପ୍ରତିଷ୍ଠାନ
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ