ଓଡିଶା

odisha

ETV Bharat / city

ଟିଭିରେ ବିଶେଷଜ୍ଞ ଦେବେ କୋରୋନା ଟିପ୍ସ, ଘରେ ରହି ଆକ୍ରାନ୍ତ କରିବେ ଚିକିତ୍ସା - କୋରୋନା ଆକ୍ରାନ୍ତ

ଆଜିଠୁ ଘରେ ରହି ଟିଭିରେ ଚିକିତ୍ସା ସମ୍ବନ୍ଧରେ ଟିପ୍ସ ଜାଣିବେ କୋରୋନା ଆକ୍ରାନ୍ତ । ଏମିତି ଏକ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ..

ଟିଭିରେ ବିଶେଷଜ୍ଞ ଦେବେ କୋରୋନା ଟିପ୍ସ, ଘରେ ରହି ଆକ୍ରାନ୍ତ କରିବେ ଚିକିତ୍ସା
ଟିଭିରେ ବିଶେଷଜ୍ଞ ଦେବେ କୋରୋନା ଟିପ୍ସ, ଘରେ ରହି ଆକ୍ରାନ୍ତ କରିବେ ଚିକିତ୍ସା

By

Published : Sep 18, 2020, 4:09 PM IST

ହାଇଦ୍ରାବାଦ: ଆଜିଠୁ ଘରେ ରହି ଟିଭିରେ ଚିକିତ୍ସା ସମ୍ବନ୍ଧରେ ଟିପ୍ସ ଜାଣିବେ କୋରୋନା ଆକ୍ରାନ୍ତ । ଏମିତି ଏକ ସୂଚନା ଆଜି ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ସାମାନ୍ୟ ଲକ୍ଷଣ ଯୁକ୍ତ କୋରୋନା ରୋଗୀ ଚିହ୍ନଟ ହେଉଥିବା ବେଳେ, ସମସ୍ତେ ହୋମ ଆଇସୋଲେସନରେ ରହୁଛନ୍ତି ।

ଟିଭିରେ ବିଶେଷଜ୍ଞ ଦେବେ କୋରୋନା ଟିପ୍ସ, ଘରେ ରହି ଆକ୍ରାନ୍ତ କରିବେ ଚିକିତ୍ସା

ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଘରେ ରହୁଥିବା ଆକ୍ରାନ୍ତ ମାନଙ୍କୁ ଟିଭି ଜରିଆରେ ବିଶେଷଜ୍ଞ ମାନେ ଜଣାଇବେ ଚିକିତ୍ସା ପଦ୍ଧତି । ଆଜି ଠାରୁ ବିଶେଷଜ୍ଞ ମାନେ ଟେଲିଭିଜନ ମାଧ୍ୟମରେ ହୋମ ଆଇସୋଲେସନରେ ରହୁଥିବା କୋରୋନା ଆକ୍ରାନ୍ତଙ୍କୁ ଜଣାଇବେ ଘରେ ରହି କିପରି କୋରୋନାର ଉପଚାର କରିପାରିବେ ।

ରାଜ୍ୟରେ ଗତ ଏକ ମାସ ଧରି 4 ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ଟ୍ରେଣ୍ଡ ରହୁଛି । ବର୍ତ୍ତମାନ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତ ସର୍ବାଧିକ ଚିହ୍ନଟ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସରକାର ଆପଣାଇଛନ୍ତି ଏପରି ନୂଆ ତରିକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details