ଭୁବନେଶ୍ବର: ଋଣ ଗ୍ରହୀତାଙ୍କ ପାଇଁ ଆଶ୍ବସ୍ତିକର ଖବର । ଋଣ କିସ୍ତି ସ୍ଥଗିତ ଅବଧିରେ ସୁଧ ଉପରେ ସୁଧ ଛାଡ ହେବ । ଏନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ଏକ ସୁପ୍ରିମକୋର୍ଟରେ ଆଫିଡେଭିଟ ଦାଖଲ କରି ସୂଚିତ କରାଯାଇଛି । ତେବେ ଏ ନେଇ କଣ କହୁଛନ୍ତି ଅର୍ଥନୀତି ବିଶେଷଜ୍ଞ, ଜାଣନ୍ତୁ...
ସୁପ୍ରିମକୋର୍ଟରେ ଏକ ଆଫିଡେଭିଟରେ ଦାଖଲ କରି କୁହାଯାଇଛି କି, ଏମଏସଏମଇ ଋଣ, ଶିକ୍ଷା , ହାଉସିଂ , କଞ୍ଜ୍ୟୁମର , ଅଟୋ, କ୍ରେଡିଟ କାର୍ଡ ବକେୟା , ବ୍ୟକ୍ତିଗତ ଋଣ , କାର ଓ ଉପଭୋଗ ସାମଗ୍ରୀ ଉପରେ ଲାଗୁ ଚକ୍ରବୃଦ୍ଧି ସୁଧ (ସୁଧ ଉପରେ ସୁଧ)କୁ ଛାଡ କରାଯିବ । ସରକାରଙ୍କ ଅନୁସାରେ 6 ମାସ ପାଇଁ ଲୋନ ମୋରାଟୋରିୟମ ସମୟରେ 2 କୋଟି ଟଙ୍କା ଯାଏଁ ଋଣର ସୁଧ ଉପରେ ସୁଧକୁ ସମ୍ପୁର୍ଣ୍ଣ ଛାଡ କରାଯିବ ।