ଭୁବନେଶ୍ବର: ଜୀବ ବିଜ୍ଞାନ ପ୍ରତିଷ୍ଠାନ ଓ ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ରର ମିଳିତ ଉଦ୍ୟମରେ ରାଜଧାନୀର ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସରେ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ଉତ୍ସବ 2019 ଆରମ୍ଭ ହୋଇଛି । ସ୍ବାସ୍ଥ୍ୟ , ପୁଷ୍ଟିସାଧନ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ସାଧନ ନିମନ୍ତେ ବିଜ୍ଞାନ ଓ ବୈଷୟିକ ବିଦ୍ୟାର ଯଥେଷ୍ଟ ସାମର୍ଥ୍ୟ ରହିଛି ବୋଲି କହିଛନ୍ତି ଆଇଏଲଏସ ର ନିର୍ଦ୍ଦେଶକ ଡ. ଅଜୟ ପରିଡା ।
'ବିଜ୍ଞାନ-କାରିଗରୀ କୌଶଳ ଦ୍ବାରା ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ' - ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସ
ଜୀବ ବିଜ୍ଞାନ ପ୍ରତିଷ୍ଠାନ ଓ ଆଞ୍ଚଳିକ ଚିକିତ୍ସା ଗବେଷଣା କେନ୍ଦ୍ରର ମିଳିତ ଉଦ୍ୟମରେ ରାଜଧାନୀର ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସରେ ଭାରତ ଅନ୍ତର୍ଜାତୀୟ ବିଜ୍ଞାନ ଉତ୍ସବ 2019 ଆରମ୍ଭ ହୋଇଛି ।
!['ବିଜ୍ଞାନ-କାରିଗରୀ କୌଶଳ ଦ୍ବାରା ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ'](https://etvbharatimages.akamaized.net/etvbharat/prod-images/768-512-4875161-thumbnail-3x2-jjjpeg.jpg)
ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
ରାଜ୍ୟ ତଥା ରାଜ୍ୟବାସୀଙ୍କ ଆବଶ୍ୟକତା ଗୁଡିକ ଦୃଷ୍ଟିରେ ରଖି ରାଜ୍ୟର ବିଜ୍ଞାନ ତଥା ଗବେଷଣା ଅନୁଷ୍ଠାନ ଗୁଡିକ କାର୍ଯ୍ୟକ୍ରମରେ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି ସେ । ଏହି ଉତ୍ସବରେ ପ୍ରାୟ 1800 ପିଲା ଯୋଗ ଦେଇ ନିଜ ନିଜର ଗବେଷଣା କରିଥିବା ଜ୍ଞାନ କୌଶଳ ବିଷୟରେ ଲୋକଙ୍କୁ ବୁଝାଇଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ