ଓଡିଶା

odisha

By

Published : Feb 9, 2022, 3:27 PM IST

Updated : Feb 9, 2022, 3:53 PM IST

ETV Bharat / city

ରାଜଧାନୀରେ ଭାଙ୍ଗୁଛି ନିଶା ମାଫିଆଙ୍କ ଗଡ, ପୌର ନିର୍ବାଚନ‌ ପୂର୍ବରୁ ଚଢାଉ ଜୋରଦାର

ଭୁବନେଶ୍ବର ଇନଫୋସିଟି ଚୁନୁକୋଳି ବସ୍ତି ଓ ଫୁଲେଶ୍ବରୀ ବସ୍ତିରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡର ଚଢାଉ। ୮ହଜାର ଲିଟର ପୋଚ ନଷ୍ଟ କରିବା ସହ ୧୦୦୦ଲିଟର ଦେଶୀ ମଦ ଜବତ । ଏହାସହ ୧୫ ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ

ରାଜଧାନୀରେ ଭାଙ୍ଗୁଛି ନିଶା ମାଫିଆଙ୍କ ଗଡ, ପୋର ନିର୍ବାଚନ‌ ପୂର୍ବରୁ ଚଢାଉ ଜୋରଦାର
ରାଜଧାନୀରେ ଭାଙ୍ଗୁଛି ନିଶା ମାଫିଆଙ୍କ ଗଡ, ପୋର ନିର୍ବାଚନ‌ ପୂର୍ବରୁ ଚଢାଉ ଜୋରଦାର

ଭୁବନେଶ୍ବର : ଦେଶୀ ମଦ ମାଫିଆଙ୍କ ଭାଙ୍ଗୁଛି ଦମ୍ଭ। ନିଶାଡିଙ୍କ ଗଡରେ ଅବକାରୀ ବିଭାଗ। ଭୁବନେଶ୍ୱର ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡର ଜୋରଦାର ଚଢାଉ।

ଭୁବନେଶ୍ବର ଇନଫୋସିଟି ଥାନା ଚୁନୁକୋଳି ବସ୍ତି ଓ ଫୁଲେଶ୍ବରୀ ବସ୍ତିରେ ଚଢାଉ କରି ବିପୁଳ ପରିମାଣର ମଦ ଜବତ କରାଯାଇଛି । ୮ହଜାର ଲିଟର ପୋଚ ନଷ୍ଟ କରିବା ସହ ୧୦୦୦ଲିଟର ଦେଶୀ ମଦ ଜବତ କରିଛି ଫ୍ଲାଇଙ୍ଗ ସ୍କ୍ବାର୍ଡ । ଏହାସହ ୧୫ ଜଣଙ୍କୁ ଗିରଫ କରାଯାଇଛି ।

ରାଜଧାନୀରେ ଭାଙ୍ଗୁଛି ନିଶା ମାଫିଆଙ୍କ ଗଡ, ପୌର ନିର୍ବାଚନ‌ ପୂର୍ବରୁ ଚଢାଉ ଜୋରଦାର

ଗିରଫ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ଯରେ ୯ ଜଣ ମହିଳା ଥିବାବେଳେ ୬ଜଣ ପୁରୁଷ ରହିଛନ୍ତି। ତେବେ ଏସବୁ ଦେଶୀ ମଦକୁ ନିଜେ ଏମାନେ ମାଟି ତଳେ ପୋତି ତିଆରି କରୁଥିଲେ । ସେହିପରି ନିଜେ ଚାଉଳି ରାନ୍ଧି ପ୍ରସ୍ତୁତ ପରେ ରାଜଧାନୀର ବିଭିନ୍ନ‌ ବସ୍ତିକୁ ସପ୍ଲାଏ କରୁଥିଲେ।

ଏହବି ପଢନ୍ତୁ :Officer Assault Case: କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

ଫଳରେ ବସ୍ତିରେ ନିଶାର ଆସର ଜମୁଥିଲା। ଏନେଇ ଅବକାରୀ ଟିମ ସ୍ଥାନୀୟ ପୋଲିସ ସହାୟତାରେ ଏପରି ଚଢାଉ କରି ଗିରଫଦାରି ଜାରି ରଖିଛି । ଏନେଇ ମଦ ମାଫିଆଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେବେ ପୋଲିସ ଓ ଅବକାରୀ ବିଭାଗ( excise department) କେବଳ ଏଭଳି ମଦ ପ୍ରସ୍ତୁତ କରୁଥିବା ଲୋକଙ୍କୁ ଗିରଫ କରୁଛି । ଏହା ପଛର ମାଷ୍ଟର ମାଇଣ୍ଡଙ୍କ ତଥା ମଦମାଫିଆଙ୍କ ପାଖରେ ପହଞ୍ଚିପାରୁନି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 9, 2022, 3:53 PM IST

ABOUT THE AUTHOR

...view details