ଭୁବନେଶ୍ବର:ଷ୍ଟେରଡ ଅଧିକ ବ୍ୟବହାର କଲେ ହୋଇପାରେ ସଂକ୍ରମଣ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇବା ଏହାର ବାବଦରେ ପରାମର୍ଶ ମଧ୍ୟ ଦେଇଛନ୍ତି । କୋରୋନା ରୋଗୀଙ୍କ ପାଇଁ ଷ୍ଟେରଡ ବ୍ୟବହାରକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଗାଇଡ଼ ଲାଇନ ଜାରି କରିଛି । ତେବେ ଏହା ଉପରେ ପ୍ରତିକ୍ରିୟା ଦେଇ ମାତ୍ରାଧିକ ଷ୍ଟେରଡ ବ୍ୟବହାର କଲେ ଇନଫେକସନ ହେବାର ଆଶଙ୍କା ରହିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।
ଷ୍ଟେରଡ଼ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼ଲାଇନ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟର ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ । କେନ୍ଦ୍ର ସରକାରଙ୍କର ଯେଉଁ ନୂଆ ଗାଇଡ଼ଲାଇନ ଆସିଛି, ସେହି ଅନୁଯାୟୀ ଷ୍ଟେରଡର ବ୍ୟବହାର ହେବ। ଆମ ରାଜ୍ୟରେ ଯେଉଁମାନଙ୍କ ପାଇଁ ଅକ୍ସିଜେନର ଆବଶ୍ୟକତା ପଡୁଛି, ସେହିମାନଙ୍କ କ୍ଷେତ୍ରରେ ଷ୍ଟେରଡ ବ୍ୟବହାର କରାଯାଉଛି। ଅକ୍ସଫୋର୍ଡ ଷ୍ଟଡି ସମାନ କଥା କହୁଛି। ଷ୍ଟେରଡର ବ୍ୟବହାର ଭଲ ପ୍ରଭାବ ରହୁଥିବାବେଳେ କେତେକାଂଶରେ ଖରାପ ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ପୂର୍ବରୁ ଏହାକୁ ମଧ୍ୟ ବ୍ୟବହାର କରାଯାଉଥିଲା, ମାତ୍ର କୋଭିଡରେ ଏହାର ଆବଶ୍ୟକତା କେବଳ ଗୁରୁତର ରୋଗୀମାନଙ୍କ କ୍ଷେତ୍ରରେ ରହୁଛି। ତେଣୁ ସେହିମାନଙ୍କ କ୍ଷେତ୍ରରେ ଷ୍ଟେରଡର ବ୍ୟବହାର କରାଯାଉଛି।