ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ନିର୍ବାଚନ ଅୟୋଗ । ପୂର୍ବ ପ୍ରସ୍ତୁତି ଅନୁସାରେ ବିଭିନ୍ନ ଜିଲ୍ଲାକୁ ପଠାଗଲା ଇଭିଏମ ମେସିନ । ପ୍ରଥମ ପର୍ଯ୍ୟାୟରେ 15ଟି ଜିଲ୍ଲାକୁ ପଠାଯାଇଛି ଇଭିଏମ ମେସିନ । ଗତକାଲି 5ଟି ଜିଲ୍ଲାକୁ ପଠା ଯାଇଥିବା ବେଳେ ଆଜି ବାକି 10 ଜିଲ୍ଲାକୁ ମେସିନ ପଠାଯାଉଛି ।
ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ପରେ ପୌର ନିର୍ବାଚନ ହେବ । ଏ ନେଇ ପ୍ରସ୍ତୁତ ଅଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପୌର ନିର୍ବାଚନ ଲାଗି ଜିଲ୍ଲା ମାନଙ୍କୁ ଇଭିଏମ ଓ ଫର୍ମ ପଠାଇବା ଲାଗି ବ୍ୟବସ୍ଥା କରାଯାଇଛି । ବୌଦ୍ଧ, ଅନୁଗୁଳ, କୋରାପୁଟ, ଝାରସୁଗୁଡା, କଳାହାଣ୍ଡି ପଠା ଚାଲିଛି । 15 ଜିଲ୍ଲାକୁ ପ୍ରାୟ 3 ହାଜର 25 ଇଭିଏମ ପଠାଯିବା ନେଇ ପ୍ରସ୍ତୁତ କରାଯାଇଛି । ଆଉ ପ୍ରାୟ 5 ହଜାର ଇଭିଏମ ଆବଶ୍ୟକ ରହିଛି । ଜାନୁଆରୀ ମାସ ସୁଦ୍ଧା ସବୁ EVM ଜିଲ୍ଲାରେ ପହଁଚିବ । ଜିଲ୍ଲାରେ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଇଭିଏମ ରଖାଯିବ ।