ଓଡିଶା

odisha

ETV Bharat / city

ସ୍ମାର୍ଟସିଟିରେ ଚାଲିଛି ଅସ୍ଥାୟୀ ଭେଣ୍ଡିଂ ଜୋନ ଉଚ୍ଛେଦ - vending zone

ବିଏମସି ପକ୍ଷରୁ ଶିଶୁ ଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ୩୦୦ ସ୍ମାର୍ଟ କିଅସ୍କ ନିର୍ମାଣ କରାଯାଇ ଭେଣ୍ଡିଂ ଜୋନ ଉଚ୍ଛେଦ କରାଯାଇଥିବା ଦୋକାନୀ ମାନଙ୍କୁ ପ୍ରଦାନ କରାଯିବ । ଅଧିକ ପଢନ୍ତୁ...

ସ୍ମାର୍ଟସିଟିରେ ଚାଲିଛି ଅସ୍ଥାୟୀ ଭେଣ୍ଡିଂ ଜୋନ ଉଚ୍ଛେଦ
ସ୍ମାର୍ଟସିଟିରେ ଚାଲିଛି ଅସ୍ଥାୟୀ ଭେଣ୍ଡିଂ ଜୋନ ଉଚ୍ଛେଦ

By

Published : Oct 14, 2020, 6:49 PM IST

ଭୁବନେଶ୍ବର: ଭୁବନେଶ୍ବର ସ୍ମାର୍ଟସିଟି ଶିଶୁ ଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ବାମ ପାର୍ଶ୍ଵରେ ଥିବା ଫୁଟପାଥରେ ଅସ୍ଥାୟୀ ଭେଣ୍ଡିଂ ଜୋନ ଗୁଡିକ ଉଚ୍ଛେଦ ଚାଲିଛି। ବୁଧବାର ଭୁବନେଶ୍ବର ସ୍ମାର୍ଟସିଟି ଅଞ୍ଚଳରେ ମାଷ୍ଟର କ୍ୟାଣ୍ଟିନ ଛକରୁ ଶ୍ରୀୟା ଟକିଜ ମଧ୍ୟରେ ଥିବା ପ୍ରାୟ 31ଟି ଅସ୍ଥାୟୀ ଫଳ ଦୋକାନ ଗୁଡିକୁ ଉଚ୍ଛେଦ କରାଯାଉଛି। ବିଏମସି, ବିଡିଏ, ସ୍ମାର୍ଟସିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି।

ସ୍ମାର୍ଟସିଟିରେ ଚାଲିଛି ଅସ୍ଥାୟୀ ଭେଣ୍ଡିଂ ଜୋନ ଉଚ୍ଛେଦ

ତେବେ ସ୍ମାର୍ଟସିଟିରେ ବାମ ପାର୍ଶ୍ଵରେ ଥିବା ଫୁଟପାଥରେ ଅସ୍ଥାୟୀ ଦୋକାନ ଗୁଡିକ ଭଙ୍ଗାଯାଇ, ସେଠାରେ ସ୍ମାର୍ଟସିଟି ପକ୍ଷରୁ ସ୍ମାର୍ଟ ଭେଣ୍ଡିଙ୍ଗ ଯୋନ ନିର୍ମାଣ କରାଯିବା ପରେ ଉକ୍ତ ସ୍ଥାନରେ ଥିବା ଅସ୍ଥାୟୀ ଦୋକାନୀ ମାନଙ୍କୁ ପ୍ରଦାନ କରାଯିବ। ବିଏମସି ପକ୍ଷରୁ ଶିଶୁ ଭବନ ଛକରୁ ବାଣୀବିହାର ପର୍ଯ୍ୟନ୍ତ ୩୦୦ ସ୍ମାର୍ଟ କିଅସ୍କ ନିର୍ମାଣ କରାଯାଇ ଉକ୍ତ ଦୋକାନୀ ମାନଙ୍କୁ ପ୍ରଦାନ କରାଯିବ। ଏବେ ସୁଦ୍ଧା ପ୍ରାୟ ୯୦ ଟି ସ୍ମାର୍ଟ କିଅସ୍କ ଦୋକାନୀ ମାନଙ୍କୁ ପ୍ରଦାନ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details