ଓଡିଶା

odisha

ETV Bharat / city

'ମହାମାରୀରେ ୱାର୍କ ଫ୍ରମ ହୋମ ଦ୍ୱାରା ସବୁ କିଛି ସହଜ ହୋଇଛି' - corona

ଲକଡାଉନ ସଟଡାଉନ ଭିତରେ ଲୋକ ରହି ମଧ୍ୟ ୱାର୍କ ଫ୍ରମ ହୋମ ମଧ୍ୟରେ ସବୁ କିଛି କାର୍ଯ୍ୟ ସହଜ ହୋଇଛି । ଅଧିକ ପଢନ୍ତୁ...

'ମହାମାରୀରେ ୱାର୍କ ଫ୍ରମ ହୋମ ଦ୍ୱାରା ସବୁ କିଛି ସହଜ ହୋଇଛି'
'ମହାମାରୀରେ ୱାର୍କ ଫ୍ରମ ହୋମ ଦ୍ୱାରା ସବୁ କିଛି ସହଜ ହୋଇଛି'

By

Published : Aug 3, 2021, 1:03 PM IST

ଭୁବନେଶ୍ବର: ଦୀର୍ଘ ଦୁଇ ବର୍ଷ ହେବ ଦେଶରେ ପାଳି କରି କୋରୋନା ତାଣ୍ଡବ ରଚିଛି । ମହାମାରୀରେ ସବୁ କିଛି ଠପ ହୋଇଛି । ଲକଡାଉନ ସଟଡାଉନ ଭିତରେ ରହିଛନ୍ତି ଲୋକ । ଏହାରି ଭିତରେ ବି କିଛି ଲୋକ ଜୀବନ ଓ ଜୀବିକାକୁ ବଞ୍ଚାଇଛନ୍ତି । ଏଥିପାଇଁ ତାଙ୍କୁ ସାଥ ଦେଇଛି ମଡନ ଟେକ୍ନୋଲୋଜି । ଅଫିସ ନ ଯାଇ ମଧ୍ୟ ଘରେ କାମ କରି ଅଫିସ କାମକୁ ସହଜ କରିଛନ୍ତି ।

'ମହାମାରୀରେ ୱାର୍କ ଫ୍ରମ ହୋମ ଦ୍ୱାରା ସବୁ କିଛି ସହଜ ହୋଇଛି'

ୱାର୍କ ଫ୍ରମ ହୋମରେ ଲାକଡାଉନ ଭିତରେ ମଧ୍ୟ ଲୋକମାନେ ଘରେ ରହି ଅଫିସ ମିଟିଙ୍ଗ କରିବା ସହ ବଡ଼ ବ୍ୟବସାୟ ମଧ୍ୟ ଅତି ସହଜରେ କରି ପାରିଛନ୍ତି । ଯାହା କି ମହାମାରୀ ରୋକିବାରେ ସହାୟକ ହୋଇପାରିଛି । ଅନଲାଇନ ମାଧ୍ୟମରେ ବଢୁଛି ଫ୍ୟାସନ ଡିଜାଇନର ଚାହିଦା । ଏସବୁ ମଧ୍ୟରେ ଫ୍ୟାସନ ଡିଜାଇନିଂ କ୍ଷେତ୍ରରେ କୋରୋନା ବ୍ୟାପକ ପ୍ରଭାବ ପକାଇଛି। ବିଶେଷ କରି ଫ୍ୟାସନ ଡିଜାଇନରମାନେ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏସବୁ ମଧ୍ୟରେ କିନ୍ତୁ ଫ୍ୟାସନ ଡିଜାଇନିଂ ଶିଳ୍ପ ଅନଲାଇନ ମାଧ୍ୟମରେ ଚାହିଦା ବଢାଇ ଅଣ୍ଟା ସଳଖିଛି।

ଓଡ଼ିଶାର ବିଭିନ୍ନ ଫ୍ୟାସନ ଡିଜାଇନରମାନେ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ନିଜର ବ୍ୟବସାୟକୁ ସୁଦୃଢ କରି ପାରିଛନ୍ତି। ଅସୁବିଧା ସମୟରେ ଅନଲାଇନ ଯୋଗୁଁ ସେମାନଙ୍କ ବ୍ୟବସାୟ ସୁଧୁରିଥିବା ସେମାନେ କହିଛନ୍ତି । ଡିଜିଟାଲ ଇଣ୍ଡିଆ ଯୋଗୁଁ ସବୁ କିଛି ସହଜ ହୋଇଛି । କୋରୋନା ପାଇଁ ଘରେ ରହି ମଧ୍ୟ ସବୁ କାର୍ଯ୍ୟ ହୋଇପାରୁଛି । ସେ ପାଠପଢା ହେଉ କି ଅଫିସ ମିଟିଙ୍ଗ ସବୁ ଭର୍ଚୁଆଲ ଜରିଆରେ ସମ୍ଭବ ହୋଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details