ଓଡିଶା

odisha

ଜଗାକୁ ଦର୍ଶନ କରିବାରେ ସମସ୍ତଙ୍କର ଅଧିକାର ଅଛି: ବିଜୟ ମହାପାତ୍ର

By

Published : Apr 27, 2022, 11:02 PM IST

ବିଜୟ କହିଛନ୍ତି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଗଲେ କାହାକୁ ସରକାର ଅଟକାଇ ପାରିବେ ନାହିଁ । ଜଗାକୁ ଦର୍ଶନ କରିବାରେ ସମସ୍ତଙ୍କର ଅଧିକାର ଅଛି । ଜଗାକୁ ଦର୍ଶନ କରିବାକୁ ଅଟକାଇ ଥିବା ଅହଙ୍କାରୀ ମାନସିକତା । ଅଧିକ ପଢନ୍ତୁ

ବିଜୟ ମହାପାତ୍ର
ବିଜୟ ମହାପାତ୍ର

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଲେ ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର । ବିଜୟ କହିଛନ୍ତି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଗଲେ କାହାକୁ ସରକାର ଅଟକାଇ ପାରିବେ ନାହିଁ । ଜଗାକୁ ଦର୍ଶନ କରିବାରେ ସମସ୍ତଙ୍କର ଅଧିକାର ଅଛି । ଜଗାକୁ ଦର୍ଶନ କରିବାକୁ ଅଟକାଇ ଥିବା ଅହଙ୍କାରୀ ମାନସିକତା ।

ଜଗାକୁ ଦର୍ଶନ କରିବାରେ ସମସ୍ତଙ୍କର ଅଧିକାର ଅଛି: ବିଜୟ ମହାପାତ୍ର

ଏହାର ଫଳ ସରକାରଙ୍କୁ ନିଶ୍ଚିତ ଭୋଗିବାକୁ ପଡିବ ବୋଲି କହିଛନ୍ତି ବିଜୟ । ପୁରୀରେ ପ୍ରକଳ୍ପର ସମ୍ପୁର୍ଣ୍ଣ ଚିତ୍ର ଲୋକଙ୍କ ପାଖରେ ପହଞ୍ଚି ନାହିଁ । ସରକାର ଓ ASI ଅଧିକାରୀ ସ୍ପଷ୍ଟ ଚିତ୍ର ଦେଲେନାହିଁ । ସେଥିପାଇଁ ଲୋକଙ୍କର ସନ୍ଦେହ ବଢୁଛି ଯେ ପୁରୀରେ ହେଉଛି କଣ । ଯେପର୍ଯ୍ୟନ୍ତ ଘଟଣାଟି ସ୍ପଷ୍ଟ ହୋଇନି ପୁରୀ ମନ୍ଦିର ବିବାଦ ଆଗକୁ ବଢିବ ବୋଲି ବିଜୟ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details