ଓଡିଶା

odisha

ETV Bharat / city

ରାଜ୍ୟ ସରକାର-ୟୁକେ ପ୍ରତିନିଧିଙ୍କ ଆଲୋଚନା; EV ବ୍ୟବହାର ବୃଦ୍ଧି ଓ ପ୍ରଦୂଷଣ ନିୟନ୍ତ୍ରଣକୁ ଗୁରୁତ୍ୱ - ରାଜ୍ୟ ସରକାର

ରାଜ୍ୟରେ ବୃଦ୍ଧି ହେବ ବିଦ୍ୟୁତ ଚାଳିତ ଯାନ(EV) । ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ଆକ୍ସନ ପ୍ଲାନ ପ୍ରସ୍ତୁତ । ୟୁକେ- ଓଡିଶା ପ୍ରତିନିଧିଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ । ଅଧିକ ପଢନ୍ତୁ...

ରାଜ୍ୟରେ ବୃଦ୍ଧି ହେବ ବିଦ୍ୟୁତ ଚାଳିତ ଯାନ;  ରାଜ୍ୟ ସରକାର- ୟୁକେ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା
ରାଜ୍ୟରେ ବୃଦ୍ଧି ହେବ ବିଦ୍ୟୁତ ଚାଳିତ ଯାନ; ରାଜ୍ୟ ସରକାର- ୟୁକେ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା

By

Published : Jul 30, 2021, 12:42 PM IST

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ(ଇଭି)ର ବ୍ୟବହାର ବୃଦ୍ଧି ଲାଗି ପ୍ରୟାସ କରାଯାଉଛି । ଏହା ସହ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇ ୟୁକେ- ଓଡିଶା ପ୍ରତିନିଧିଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ ଆୟୋଜନ ହୋଇଛି । ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ଏହି ବୈଠକରେ ସ୍ୱଚ୍ଛ ଶକ୍ତି ଏବଂ ସ୍ୱଚ୍ଛ ପରିବହନ, ପ୍ରଦୂଷଣ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ବିଦ୍ୟୁତ ଚାଳିତ ଯାନବାହାନର ବ୍ୟବହାର ବୃଦ୍ଧି କରିବା ପାଇଁ ଆଲୋଚନା ହୋଇଛି । ଏଥିପାଇଁ ଅଭିନବ ନୀତି ଏବଂ ପ୍ରଯୁକ୍ତିବିଦ୍ୟାର ସଠିକ୍ ଉପଯୋଗ କରିବା ଲାଗି ଆଲୋଚନା ହୋଇଛି ।

ରୁଟ ଜିରୋ ପଦକ୍ଷେପରେ ସାମିଲ ହେବା ପାଇଁ ରାଜ୍ୟ ସରକାର ଏବଂ ସହର ପ୍ରଶାସନକୁ ମାର୍ଗଦର୍ଶନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଇଂଲଣ୍ଡରେ ବ୍ୟବହାର ହେଉଥିବା ବିଦ୍ୟୁତ ଚାଳିତ ଯାନ ପଦ୍ଧତି ଓ କାର୍ବନ ହ୍ରାସ ସମ୍ପର୍କିତ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି । ପ୍ରାୟ ଦଶନ୍ଧି ଧରି ଇଂଲଣ୍ଡରେ ଏପରି କରାଯାଉଛି । ତେଣୁ ଏ ସମ୍ପର୍କିତ ନୀତି ରାଜ୍ୟରେ କିପରି ପ୍ରସ୍ତୁତ ହେବ ସେ ନେଇ ଆଲୋଚନା ହୋଇଛି । ଆମ ଜଳବାୟୁ ନେଇ ଏଯାବତ ନିଆଯାଇଥିବା ପଦକ୍ଷେପ ଓ ଆହ୍ବାନ ବାବଦରେ ମଧ୍ୟ ଆଲୋଚନା କରାଯାଇଛି । ବୈଷୟିକ ବିଦ୍ୟା କ୍ଷେତ୍ରରେ ୟୁକେ ରାଜ୍ୟକୁ ସହଯୋଗ କରିବ ବୋଲି ବୈଠକରୁ ସୂଚନା ମିଳିଛି ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଏ କ୍ଷେତ୍ରରେ ସମସ୍ତଙ୍କର ସହଯୋଗ ଆବଶ୍ୟକ । ମିଳିତ ଉଦ୍ୟମ ଦ୍ୱାରା ସଫଳତା ନିଶ୍ଚୟ ମିଳିବ । କମ୍ପାନୀ ଏବଂ ପୁଞ୍ଜୀ ନିବେଶକାରୀଙ୍କର ସହଯୋଗ ଅଧିକ ଆବଶ୍ୟକ ରହିଛି । ସେମାନଙ୍କୁ ରେସ୍ ଟୁ ଜିରୋରେ ଯୋଗଦେବାକୁ ଉତ୍ସାହିତ କରିବାକୁ ପଡିବ । 2030 ସୁଦ୍ଧା ବିଶ୍ୱର ନିର୍ଗମନକୁ ଅଧା କରିବା ପାଇଁ ସ୍ୱଳ୍ପକାଳୀନ କାର୍ଯ୍ୟକ୍ରମ ହାତକୁ ନେବାର ଆବଶ୍ୟକତା ରହିଛି । କୋଲକାତାରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇ କମିଶନର ନିକ୍ ଲୋ ରାଜ୍ୟ ସରକାରଙ୍କର ପ୍ରଶଂସା କରିଛନ୍ତି । ବାତ୍ୟା ଆମ୍ଫାନ୍ ଏବଂ ୟାସ୍ ମୁକାବିଲା ଓଡ଼ିଶା ସଠିକ ଭାବେ କରିପାରିଛି । ଜଳବାୟୁ ପରିବର୍ତ୍ତନ ଆଡାପ୍ଟେସନ୍ କ୍ଷେତ୍ରରେ ଓଡିଶା ନେଇଥିବା ପଦକ୍ଷେପ ଓ ଏହାର ସଫଳତା ଅତୁଳନୀୟ ।

ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗତକୁ ହ୍ରାସ କରିବା ପାଇଁ ସ୍ଥାନୀୟ ତଥା ଆଞ୍ଚଳିକ ସ୍ତରରେ ଅନେକ କିଛି ପଦକ୍ଷେପ ନିଆଯାଇପାରିବ । ସ୍ୱଚ୍ଛ, ସବୁଜ ଶକ୍ତି ଏବଂ ପରିବହନ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯାଇ ପାରିବ । ଇଂଲଣ୍ଡରେ 2014ରେ କୋଇଲା ଶକ୍ତିର ବ୍ୟବହାର 40 ପ୍ରତିଶତରୁ ଆଜି 2 ପ୍ରତିଶତକୁ ହ୍ରାସ କରାଯାଇଛି ବୋଲି ନିକ ସୂଚନା ଦେଇଛନ୍ତି ।ବିଜ୍ଞାନ, ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର କହିଛନ୍ତି ଯେ, ସ୍ୱଚ୍ଛ ଶକ୍ତି ଏବଂ ସ୍ୱଚ୍ଛ ପରିବହନକୁ ତ୍ୱରାନ୍ୱିତ କରିବା ଲାଗି ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଫଳରେ ଏହା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବ । ଏ ଦିଗରେ ଏକ ସ୍ଥାୟୀ ରୋଡମ୍ୟାପ ଗ୍ରହଣ କରିଛନ୍ତି ସରକାର ।

ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଜ୍ଞାନର ଆଦାନପ୍ରଦାନ କରିବା ସହ ବ୍ରିଟେନ ସରକାର ସହ ସହଭାଗୀ ହୋଇ କାମ କରିବା ଖୁସିର କଥା ବୋଲି ମନୋଜ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସରକାରୀ ଏବଂ ବେସରକାରୀ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବ୍ରିଟେନ, ଭାରତ ଏବଂ ଓଡିଶାର ଅନ୍ୟାନ୍ୟ ସ୍ଥାନରୁ ଯୋଗ ଦେଇଥିଲେ । ସେମାନଙ୍କର ଅଭିଜ୍ଞତା, ବୈଷୟିକ ଜ୍ଞାନ ବାବଦରେ ସୂଚନା ଦେଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ରିଟେନ, ଓଡିଶା ସରକାରଙ୍କ ସହ ବାଣିଜ୍ୟ କରିବାକୁ ପ୍ରସ୍ତୁତ ଅଛି । ସେମାନଙ୍କର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନ ଯାତ୍ରାରେ ରାଜ୍ୟ ସରକାରଙ୍କୁ ବ୍ରିଟେନ ସହଯୋଗ କରିବ ବୋଲି ଜଣାପଡିଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ପରିବହନ କମିସନର ଅରୁଣ ବୋର୍ଥ୍ରା ମଧ୍ୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details