ଓଡିଶା

odisha

ETV Bharat / city

ଇଟିଭି ଭାରତ ପ୍ରଭାବ: ସଞ୍ଜୟଙ୍କୁ ସମ୍ବର୍ଦ୍ଧିତ କରିବ କ୍ରୁଟ - ସଞ୍ଜୟଙ୍କୁ ସମ୍ବର୍ଦ୍ଧିତ କରିବ କ୍ରୁଟ

'ଇଟିଭି ଭାରତ' ପ୍ରଭାବ । ପେଶାରେ ଜଣେ ବସ ଡ୍ରାଇଭର ଥିବା ସଞ୍ଜୟ ନାୟକଙ୍କ ଖବର ଇଟିଭି ଭାରତରେ ପ୍ରସାରଣ ହେବା ପରେ 'କ୍ରୁଟ' ନାମକ ସଂସ୍ଥା ତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

Sanjay will be honored by krut
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Nov 27, 2019, 4:24 AM IST

Updated : Nov 27, 2019, 4:33 AM IST

ଭୁବନେଶ୍ବର: ବଂଶୀବାଦକ ସଞ୍ଜୟଙ୍କ ଉପରେ ପଡିଲା 'ଇଟିଭି ଭାରତ'ର ପ୍ରଭାବ । ତାଙ୍କ ନିଶାକୁ ନେଇ ସୋମବାର ଖବର ପ୍ରସାର ପରେ 'କ୍ରୁଟ' ନାମକ ସଂସ୍ଥା ତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ସଞ୍ଜୟଙ୍କ ପେଶା ଠାରୁ ଭିନ୍ନ ନିଶା ଦେଖି କ୍ରୁଟର ଜିଏମ୍ ଖୁସି ବ୍ୟକ୍ତ କରିଛନ୍ତି । ଏହା ସହ ଯଦି ସେ କୌଣସି ଆଗ ଧାଡିର ମଞ୍ଚକୁ ଯିବେ ତେବେ କ୍ରୁଟ ତାଙ୍କୁ ପ୍ରଯୋଜନା କରିବ ବୋଲି ଜିଏମ ଦୀପ୍ତି ମହାପାତ୍ର କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

https://www.etvbharat.com/oriya/odisha/city/bhubaneswar/bus-driver-flute-bansuri-very-well/or20191126043613260

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରର ମୋ ବସର ଜଣେ ଦକ୍ଷ ଡ୍ରାଇଭର ସଞ୍ଜୟ କୁମାର ନାୟକ । ଗରିବ ପରିବାର ଜନ୍ମିତ ସଞ୍ଜୟଙ୍କ ଜୀବନ ଅଭାବ ଅନଟନ ଦେଇ ଗତି କରୁଥିବାବେଳେ ପିଲାଦିନରୁ ବଂଶୀ ବଜାଇବାର ନିଶାକୁ ସେ କେବେ ନିଜ ଠାରୁ ଅଲଗା ହେବାକୁ ଦେଇନଥିଲେ । ଗୁରୁ ନଥିବା ଏହି ଏକଲବ୍ୟଙ୍କ ପ୍ରତିଭା ସମ୍ପର୍କରେ ଇଟିଭି ଭାରତରେ ଖବର ପ୍ରସାରଣ ପରେ କ୍ରୁଟ ନାମକ ଏକ ସଂସ୍ଥା ତାଙ୍କୁ ସମ୍ବର୍ଦ୍ଧିତ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Nov 27, 2019, 4:33 AM IST

ABOUT THE AUTHOR

...view details