ଭୁବନେଶ୍ୱର: ରାଜଧାନୀରେ କୋଭିଡ ପରିଚାଳନା ନେଇ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସୂଚନା । ଭୁବନେଶ୍ବର ବାସିନ୍ଦାଙ୍କ ପାଇଁ ବିଏମସି ସବୁବେଳେ ଜାଗ୍ରତ ରହିଛି ବୋଲି କମିଶନର କହିଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ 2000 କୋଭିଡ ସଚେତକଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀର ବନ୍ଦୋବସ୍ତ ମଧ୍ୟ କରାଯାଇଛି ।
ରାଜଧାନୀବାସୀଙ୍କ ପାଇଁ ବିଏମସି ଜାଗ୍ରତ ରହିଛି: ବିଏମସି କମିଶନର
ଭୁବନେଶ୍ବର ବାସିନ୍ଦାଙ୍କ ପାଇଁ ବିଏମସି ସବୁବେଳେ ଜାଗ୍ରତ ରହିଛି ବୋଲି କମିଶନରଙ୍କ ସୂଚନା । ଅଧିକ ପଢନ୍ତୁ....
ରାଜଧାନୀବାସୀଙ୍କ ପାଇଁ ବିଏମସି ଜାଗ୍ରତ ରହିଛି: ବିଏମସି କମିଶନର
ସେହିପରି କୋଭିଡ ସଙ୍ଗରୋଧରେ ଥିବା ପ୍ରତ୍ୟେକ ବ୍ୟକ୍ତି 1929କୁ କଲ କରି ଅଭିଯୋଗ ଜଣାଇବାକୁ କହିଛନ୍ତି । କୋଭିଡ ସଂକ୍ରମଣକୁ ବ୍ରେକ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ 14 ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଲକଡାଉନରୁ ବାଦ ଦିଆଯାଇଛି । ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ସଂଖ୍ୟା ୧ ହଜାର ପାଖାପାଖି ରହୁଛି । ବିଏମସି ପକ୍ଷରୁ ସଂକ୍ରମଣକୁ ରୋକିବାକୁ ସମସ୍ତ ଚେଷ୍ଟା ଜାରି ରହିଛି ବୋଲି କମିଶନର କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ