ଓଡିଶା

odisha

ETV Bharat / city

ସୁନାବେଶ ଦେଖିବାକୁ ଇସ୍କନ ପରିସରରେ ଭକ୍ତଙ୍କ ଭିଡ

ଆଜି ପବିତ୍ର ସୁନାବେଶ ଅବସରରେ ଭୁବନେଶ୍ବର ସ୍ଥିତ ଇସ୍କନ ମନ୍ଦିରରେ ସୁନାବେଶ ଦେଖିବାକୁ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ ଜମିଛି ।

By

Published : Jul 13, 2019, 8:25 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆଜି ପବିତ୍ର ସୁନାବେଶ । ଏହି ଅବସରରେ ରାଜଧାନୀ ଇସ୍କନ ମନ୍ଦିରରେ ସୁନାବେଶ ଦେଖିବାକୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ଆଜି ଭଳି ପବିତ୍ର ଦିନରେ ଜଗତର ନାଥ ଜଗନ୍ନାଥ ନିଜ ଭଉଣୀ ଓ ବଡ଼ ଭାଇ ସହ ଭକ୍ତଙ୍କୁ ସୂନା ବେଶରେ ଦର୍ଶନ ଦେଇଥାନ୍ତି । ଅନ୍ୟପଟେ କୁହାଯାଏ ଯେ ଆଜିର ଦିନରେ ପ୍ରଭୁଙ୍କ ଦର୍ଶନ ଭାଗ୍ୟରେ ଥିଲେ ମିଳିଥାଏ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ସେଥିପାଇଁ ଆଜି ଖାଲି ଯେ ବଡ଼ଦାଣ୍ଡ ସଜବାଜ ହୋଇଛି ତାହା ନୁହେଁ ସ୍ମାର୍ଟସିଟି ଭୁବନେଶ୍ୱରରେ ଥିବା ଇସ୍କନ ମନ୍ଦିରରେ ମଧ୍ୟ ବ୍ୟାପକ ସାଜସଜା ସହ ପ୍ରସ୍ତୁତି ହୋଇଛି । ଇସ୍କନ ମନ୍ଦିରରେ ସୁନାବେଶ ଆରମ୍ଭ ହୋଇଥିବା ବେଳେ ବହୁ ଦୂରଦୂରାନ୍ତରରୁ ଭକ୍ତମାନେ ଏହି ପବିତ୍ର ସୁନାବେଶକୁ ଦେଖିବାକୁ ମନ୍ଦିର ପରିସରରେ ଭିଡ ଜମାଇଛନ୍ତି ।


ଭୁବନେଶ୍ବରରୁ ସତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details