ଓଡିଶା

odisha

By

Published : Oct 17, 2021, 6:46 PM IST

ETV Bharat / city

‘ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟାରେ ରହିଛି ତ୍ରୁଟି’

ପଞ୍ଚାୟତ ନିର୍ବାଚନରେ ପଦବୀ ସରଂକ୍ଷଣକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । କଂଗ୍ରେସ ପରେ ବିରୋଧ କଲା ବିଜେପି । ସରକାର ଜାଣିଶୁଣି ଏପରି କରିଥିବା କହିଲା ଦଳ। ଅଧିକ ପଢନ୍ତୁ...

‘ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟାରେ ରହିଛି ତ୍ରୁଟି’
‘ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟାରେ ରହିଛି ତ୍ରୁଟି’

ଭୁବନେଶ୍ବର:ପୁଣି ପଞ୍ଚାୟତ ନିର୍ବାଚନରେ ପଦବୀ ସରଂକ୍ଷଣକୁ ନେଇ ଉଠିଲା ପ୍ରଶ୍ନ। କଂଗ୍ରେସ ଏହାକୁ ନେଇ ହାଇକୋର୍ଟ ଯିବ ବୋଲି କହୁଥିବାବେଳେ ପଦବୀ ସଂରକ୍ଷଣ ପ୍ରକ୍ରିୟାରେ ତ୍ରୁଟି ରହିଥିବା ଅଭିଯୋଗକୁ ଦୋହରାଇ ସରକାରକୁ ଘରିଛି ବିଜେପି ।

‘ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟାରେ ରହିଛି ତ୍ରୁଟି’

ବିଜେପିର ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି, ସଂଶୋଧିତ ଆଇନରେ ବି ତ୍ରୁଟି ରହିଛି । ୨୭ ପ୍ରତିଶତ ମଧ୍ଯରେ ସଂରକ୍ଷଣ ରହିବ ବୋଲି ସରକାର କହିଥିଲେ ସୁଦ୍ଧା କିନ୍ତୁ ସର୍ବନିମ୍ନ କେତେ ପ୍ରତିଶତ ବୋଲି ସରକାର ସ୍ପଷ୍ଟ କଲେନି । ସେହିପରି ୪ଟି ଜିଲ୍ଲାରେ OBCଙ୍କ ପାଇଁ ସଂରକ୍ଷଣ ଆଦୌ ନାହିଁ । କୋର୍ଟକୁ ଗଲେ ନିର୍ବାଚନ ଅଟକି ଯିବ ବୋଲି ରାଜ୍ୟ ସରକାର ଜାଣିଶୁଣି ଏଭଳି ଯୋଜନା କରିଛନ୍ତି ବୋଲି ଅଭିଯୋଗ କହିଛନ୍ତି ସୁରଥ ।

ସେହିପରି OBCଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି କହୁଥିଲେ ମଧ୍ୟ ଏହାର ପ୍ରତିଶତ ବହୁ କମ ରହିଛି । ସାମ୍ବିଧାନିକ ଅଧିକାରରୁ ପଛୁଆବର୍ଗଙ୍କୁ ବଞ୍ଚିତ କରୁଛନ୍ତି ସରକାର। ଯେଉଁ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଛୁଆ ବର୍ଗ ପାଇଁ ସଂରକ୍ଷିତ ସେଠାରେ ପଛୁଆ ବର୍ଗ ପାଇଁ ସଦସ୍ୟ ପଦ ମଧ୍ୟ ନାହିଁ । କେଉଁ ଆଧାରରେ କେତେ ସଂରକ୍ଷଣ ଦିଆଯାଇଛି ଜନସାଧାରଣଙ୍କ ଆଗରେ ସରକାର ସମ୍ପୂର୍ଣ୍ଣ ତଥ୍ୟ ରଖିବା ଆବଶ୍ୟକ ବୋଲି କହିଛନ୍ତି ସୁରଥ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details