ଓଡିଶା

odisha

ETV Bharat / city

ଓଡିଶାରୁ ଠକି ଦିଲ୍ଲୀରେ ମଉଜ, EOW ପଞ୍ଝାରେ ଚିଟଫଣ୍ଡ ଠକ

ଓଡିଶାରୁ ଠକି ଦିଲ୍ଲୀରେ କରୁଥିଲା ମଉଜ । ଏମିତି ଜଣେ ଚିଟଫଣ୍ଡ ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ।

ଓଡିଶାରୁ ଠକି ଦିଲ୍ଲିରେ ମଉଜ, ଇଓଡବ୍ଲୁ ହାତରେ ଚିଟଫଣ୍ଡ ଠକ

By

Published : Oct 22, 2019, 11:21 PM IST

ଭୁବନେଶ୍ବର: ରାଜ୍ୟ ରାଜଧାନୀରୁ ଦେଶର ରାଜଧାନୀ । ଟଙ୍କା ନେଇ ଫେରାର ଅପରାଧୀ । ଓଡିଶାରୁ ଠକି ଦିଲ୍ଲୀରେ କରୁଥିଲା ମଉଜ । ଏମିତି ଜଣେ ଚିଟଫଣ୍ଡ ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ।

ମିଳିଥିବା ସୂଚନାନୁସାରେ ଗିରଫ ଅଭିଯୁକ୍ତ ଜଗତସିଂହପୁରର ମନୋରଞ୍ଜନ ରାଏ । ୨୦୧୦-୧୩ ମସିହାରୁ ସେ ରାଉରକେଲା, ଜଗତସିଂହପୁର, ବାଲେଶ୍ବର ଆଦି ଅଞ୍ଚଳରୁ ଚିଟଫଣ୍ଡ ନାମରେ ଟଙ୍କା ଡବଲର ଲୋଭ ଦେଖାଉଥିଲା । ଏହାସହ ଇଣ୍ଟର ଓସେଏନ ବିଦେଶ ଲିମିଟେଡ କମ୍ପାନୀ ନାମରେ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକେଇ କରିଥିଲା । ଏହାପରେ ଲୋକଙ୍କୁ ଟଙ୍କା ନଫେରାଇ ଦକ୍ଷିଣ ଦିଲ୍ଲୀର ସଫଦରଜଙ୍ଗରେ ବସବାସ କରୁଥିଲା ।

ତେବେ ଏନେଇ ଇଓଡବ୍ଲୁ ନିକଟରେ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ଇଓଡବ୍ଲୁ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ପରେ ଦିଲ୍ଲୀରୁ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ପରେ ଦିଲ୍ଲୀର ସାକେତ କୋର୍ଟରେ ହାଜର କରି ଟ୍ରାନଜିଟ ରିମାଣ୍ଡରେ ଓଡିଶା ଆଣୁଛି ଇଓଡବ୍ଲୁ । ତେବେ ଏହି କମ୍ପାନୀ ସହ ଆଲଫିନ ପିନ କର୍ପୋରେସନ, ଇଣ୍ଟର ଓସେନ ଇମ୍ପେକ୍ସ ପ୍ରାଇଭେଟ ଲିମିଟେଡ ଭଳି ସଂସ୍ଥା ଜଡିତ ଥିବାର ଖବର ରହିଛି ।

ମନୋରଞ୍ଜନଙ୍କ କମ୍ପାନୀ ସହ ଏହି ସବୁ କମ୍ପାନୀର ଆର୍ଥିକ କାରବାର ସମ୍ପୃକ୍ତି ନେଇ ଖୋଳତାଡ କରୁଛି ଏସଟିଏଫ । ଆଇପିସିର ଧାରା ୪୬୭/୪୬୮/୪୭୧/୪୨୦/୪୦୬/୧୨୦ ବି, ମନି ସର୍କୁଲେସନ ଆକ୍ଟ ଓପିଆଇଡି ମମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details