ଓଡିଶା

odisha

ETV Bharat / city

ମୋବାଇଲ ଆପ୍‌ରେ ଋଣ ଦେଇ ଚାଲିଥିଲା ଠକେଇ, ଲୁଟିଥିଲା ୭ କୋଟି ଟଙ୍କା - ମୋବାଇଲ ଆପ୍‌ରେ ଋଣ ଦେଇ ଚାଲିଥିଲା ଠକେଇ

ପୁଣି ନୂଆ ଧରଣର ଠକେଇ ପନ୍ଥା ଆପଣାଇଛନ୍ତି କିଛି ଠକ । ମୋବାଇଲ ଆପ ଜରିଆରେ ଋଣ ଦେଇ ପ୍ରାୟ ୭ କୋଟି ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ମୋବାଇଲ ଆପ୍‌ରେ ଋଣ ଦେଇ ଚାଲିଥିଲା ଠକେଇ, ଲୁଟିଥିଲା ୭ କୋଟି ଟଙ୍କା
ମୋବାଇଲ ଆପ୍‌ରେ ଋଣ ଦେଇ ଚାଲିଥିଲା ଠକେଇ, ଲୁଟିଥିଲା ୭ କୋଟି ଟଙ୍କା

By

Published : May 3, 2022, 10:49 PM IST

ଭୁବନେଶ୍ବର:କୋକୋ ଓ ଜୋଜୋ ଆପରେ ଠକେଇ ପାଇଁ ଋଣ । ସହଜ ଉପାୟରେ ଆପ ଡାଉନଲୋଡ କରି ମିଳୁଥିଲା ଟଙ୍କା । ଲୋଭରେ ପଡୁଥିଲେ ଲୋକେ ଆଉ ଡାଉନଲୋଡ କରୁଥିଲେ ଆପ । ସହଜରେ ଅନେକ ଆପ ଜରିଆରେ ଋଣ ନେଉଥିଲେ । ହେଲେ ଋଣ ଦେବା ପରେ ଅସଲ ରୂପ ଦେଖାଉଥିଲା ଆପ୍ । ତେବେ EOW ନିକଟରେ ଅଭିଯୋଗ ହେବା ପରେ ଆକାଉଣ୍ଟକୁ ଅଚଳ କରାଯାଇ ପ୍ରାୟ ୭ କୋଟି ଟଙ୍କା ଜବତ କରାଯାଇଛି ।

ମୋବାଇଲ ଆପ୍‌ରେ ଋଣ ଦେଇ ଚାଲିଥିଲା ଠକେଇ, ଲୁଟିଥିଲା ୭ କୋଟି ଟଙ୍କା

ଋଣ ପରେ ମନଇଚ୍ଛା ସୁଧରେ ଗ୍ରାହକଙ୍କ ଉପରେ ଠକମାନେ କରୁଥିଲେ ଜୁଲମ । ଆଉ ଯେତିକି ଋଣ ତା'ଠାରୁ ଦୁଇ ଓ ତିନି ଗୁଣା ଟଙ୍କା ହଡ଼ପ କରୁଥିଲେ । ଗୋଟିଏ ଆପରେ ଋଣ ଦିଆଯାଉଥିବା ବେଳେ ଆଉ ଗୋଟିଏ ଆପ ଜରିଆରେ ନେଉଥିଲେ ଟଙ୍କା । ଅର୍ଥାତ୍‌ ଗ୍ରାହକଙ୍କୁ ଠକିବା ପାଇ ଏପରି ପନ୍ଥା ଆପଣାଇଥିଲେ ଦୁଇ କମ୍ପାନୀ କୋକୋ ଓ ଜୋଜୋ । ଗ୍ରାହକଙ୍କୁ ଋଣ ପଠାଇବା ପରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସହ ଘରୁ ଉଠାଇ ନେବାର ଧମକ ସହ ସମ୍ପର୍କୀୟଙ୍କୁ ଫୋନ କରି ବଦନାମ କରୁଥିଲେ ।

ଏନେଇ ଇଓଡବ୍ଲୁ ନିକଟରେ ଅଭିଯୋଗ ପରେ ଉକ୍ତ କମ୍ପାନୀ ଉପରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା । ଏହି ଆପ ଚଲାଉଥିବା ମହାଗ୍ରାମ ପେମେଣ୍ଟ ପ୍ରାଇଭେଟ ଲିମିଟେଡ ସଂସ୍ଥା ଉପରେ ଚଢାଉ ହୋଇଥିଲା । କମ୍ପାନୀ ବ୍ୟବହାର‌ କରୁଥିବା ଆକାଉଣ୍ଟକୁ ଅଚଳ କରିବା ପରେ ୬ କୋଟି ୫୭ ଲକ୍ଷ ୩୪ ହଜାର ୮୩୯ ଟଙ୍କା ଜବତ ହୋଇଛି । ବେଆଇନ ଋଣ ଆପ ଚଲାଇବା ଅଭିଯୋଗରେ NBFC ଆଧାରରେ RBI ଆକ୍ଟରେ କେସ କରିଛି ଇଓଡବ୍ଲୁ । ଏଭଳି ଆପ ଜରିଆରେ ଋଣ ନ ନେବାକୁ ଆଡଭାଇଜାରି ଜାରି କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details