ଓଡିଶା

odisha

By

Published : Feb 15, 2022, 4:40 PM IST

ETV Bharat / city

ଘର ଉପକରଣ ବିକ୍ରି ଆଳରେ 10 କୋଟି ଠକେଇ, EOW ଜାଲରେ ନକଲି ସଂସ୍ଥା ନିର୍ଦ୍ଦେଶକ

ଡିଜିଟାଲ ଫ୍ୟାନ ବିକ୍ରି ସ୍କିମ ଦେଖାଇ ୧୦କୋଟି ଠକେଇ। ମାଷ୍ଟର ମାଇଣ୍ଡ ତଥା ଅରୋକ୍ସା ଡିଲ ମଲ୍ଟିଟ୍ରେଡ ପ୍ରାଇଭେଟ ଲିମିଟେଡ କମ୍ପାନୀର ଡାଇରେକ୍ଟର ବାବୁ ସିଂ କୁଶଓ୍ବାହାକୁ ଗିରଫ କଲା EOW। ଅଧିକ ପଢ଼ନ୍ତୁ

eow arrested fake company director in home appliences fraud
ଘର ଉପକରଣ ବିକ୍ରି ଆଳରେ 10 କୋଟି ଠକେଇ, EOW ଜାଲରେ ନକଲି ସଂସ୍ଥା ନିର୍ଦ୍ଦେଶକ

ଭୁବନେଶ୍ବର:ଡିଜିଟାଲ ଫ୍ୟାନ ବିକ୍ରି ସ୍କିମ ଦେଖାଇ ୧୦ କୋଟି ଠକେଇ। ମାଷ୍ଟର ମାଇଣ୍ଡ ତଥା ଅରୋକ୍ସା ଡିଲ ମଲ୍ଟିଟ୍ରେଡ ପ୍ରାଇଭେଟ ଲିମିଟେଡ କମ୍ପାନୀର ଡାଇରେକ୍ଟର ବାବୁ ସିଂ କୁଶଓ୍ବାହାକୁ ଗିରଫ କଲା EOW। ଡିଲରସିପ ଦେବା ଆଳରେ ଡିପୋଜିଟ ସ୍କିମରେ ଠକୁଥିବା ଜଣାପଡ଼ିଛି।

ଓଡ଼ିଶାରେ ନୂଆ ତରିକାରେ ଚିଟଫଣ୍ଡ ସ୍କିମରେ ଠକେଇ ଚଳାଇଥିଲା ବାବୁ ସିଂ । ୫୦୦ ଡିପୋଜିଟରଙ୍କ ଠାରୁ ୧୦କୋଟି ଟଙ୍କା ଠକିଥିବା ସୂଚନା ମିଳିଛି। ସୂଚନା ମୁତାବକ ୨୦୧୯ ମସିହାରୁ ୨୦ମଧ୍ୟରେ ଡିଜିଟାଲ ଫ୍ୟାନ ମାର୍କେଟିଂର ସଂସ୍ଥା ଚଳାଉଥିଲା ଅରୋକ୍ସା ଡିଲ କମ୍ପାନୀ। ଏନେଇ ବାଲେଶ୍ବର ଓ ତାର ଆଖପାଖ ଅଞ୍ଚଳରେ ୭ ହଜାର ଟଙ୍କାର ଫ୍ୟାନ ବିକ୍ରି ସ୍କିମର ପ୍ରଲୋଭନ ଦେଖାଇ ମେମ୍ବର ହେବାକୁ ଲୋକଙ୍କୁ ଆକୃଷ୍ଟ କରୁଥିଲା। ଏହି ସ୍କିମ ଅନୁଯାୟୀ, ଗୋଟିଏ ଫ୍ୟାନ କିଣିଲେ ଫ୍ୟାନ‌ ପିଛା ମାସକୁ ୫୦ଟଙ୍କାର ରିଟର୍ଣ୍ଣ ସ୍କିମ ରଖାଯାଇଥିଲା। ଲୋଭର ବଶବର୍ତ୍ତୀ ହୋଇ ଲୋକେ ଏହି ଠକାମିର ଶିକାର ହୋଇଥିଲେ ।

ପ୍ରଥମେ ଡିଜିଟାଲ ଫ୍ୟାନ ଓ ପରେ ହୋମ ଆପ୍ଲାଇନସେସ ଆଳରେ ସ୍କିମ ଦେଇଥିଲା କମ୍ପାନୀ । ‘ଅରୋକ୍ସା ଡିଲ ମଲ୍ଟିଟ୍ରେଡ ପ୍ରାଇଭେଟ ଲିମିଟେଡ’ ସଂସ୍ଥା ୭ ହଜାର ଟଙ୍କାର ଜିନିଷ ବିକ୍ରି ସ୍କିମ ଆଳରେ ବାଲେଶ୍ବରରେ ୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ନିଜ ଜାଲରେ ଫସାଇଥିଲା। ଏପରିକି କିଛି ଲୋକଙ୍କୁ ଏଭଳି ହୋମ ଆପ୍ଲାଇନସେସର ଷ୍ଟକ୍‌ ପଏଣ୍ଟର ସ୍କିମ ଦେଖାଇ ୨୦ ଲକ୍ଷର ଜିନିଷ ନେଲେ ରିହାତିରେ ୧୦ ଲକ୍ଷରେ ମିଳିବ କହି ୧୦ ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଠକିନେଇଥିବା ଅଭିଯୋଗ ରହିଛି।

ଏଭଳି ନକଲି ସ୍କିମ ଦେଖାଇ ଠକିନେବା ପରେ ଆଉ ସଂସ୍ଥା କର୍ତ୍ତୃପକ୍ଷ ଧରାଛୁଆଁ ଦେଇନଥିଲେ। ବାଲେଶ୍ବରରେ ଏକାଧିକ ଅବସରପ୍ରାପ୍ତ ସେନା କର୍ମଚାରୀ,ଡାକ୍ତର,ଶିକ୍ଷକ ଓ ବ୍ୟବସାୟୀ ଭଳି ଲୋକମାନେ ଏହି ଠକେଇର ଶିକାର ହୋଇଛନ୍ତି। ସେମାନଙ୍କଠାରୁ ଜଣକ ପିଛା ୧୦ରୁ ୧୫ଲକ୍ଷ ନେଇ ଟଙ୍କା ଫେରାଇ ନଥିବା ଅଭିଯୋଗ ରହିଛି। ଏନେଇ ଇଓଡବ୍ଲୁରେ ଅଭିଯୋଗ ହେବା ପରେ ସଂସ୍ଥା ନାଁରେ ତଦନ୍ତ ଆରମ୍ଭ ହୋଇଥିଲା। ଯାହାଫଳରେ ସଂସ୍ଥାର ନିର୍ଦ୍ଦେଶକ ବାବୁ ସିଂ କୁଶଓ୍ବାହାକୁ ମନି ସର୍କୁଲେସନ ବାନିଂ ଆକ୍ଟରେ EOW ଗିରଫ କରିଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details