ଓଡିଶା

odisha

ETV Bharat / city

ଏଣିକି ଅନ୍‌ଲାଇନ୍ ମାଧ୍ୟମରେ ହେବ ଘରୋଇ ସ୍କୁଲରେ ନାମଲେଖା - ଘରୋଇ ସ୍କୁଲରେ ନାମଲେଖା

ଏଣିକି ଅନ୍‌ଲାଇନ୍ ମାଧ୍ୟମରେ ହେବ ଘରୋଇ ସ୍କୁଲରେ ନାମଲେଖା । ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ମନମାନି କରିପାରିବେ ନାହିଁ। ଏଥିରେ ସ୍ବଚ୍ଛତା ରଖିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଅଧିକ ପଢନ୍ତୁ...

ଏଣିକି ଅନ୍‌ଲାଇନ୍ ମାଧ୍ୟମରେ ହେବ ଘରୋଇ ସ୍କୁଲରେ ନାମଲେଖା
ଏଣିକି ଅନ୍‌ଲାଇନ୍ ମାଧ୍ୟମରେ ହେବ ଘରୋଇ ସ୍କୁଲରେ ନାମଲେଖା

By

Published : Jan 16, 2021, 7:11 PM IST

Updated : Jan 16, 2021, 7:24 PM IST

ଭୁବନେଶ୍ବର: ଆଉ ଚଳିବନି ଘରୋଇ ସ୍କୁଲର ମନମାନି। ମନଇଛା ପୂରଣ କରିପାରିବେନି ସଂରକ୍ଷଣ ସିଟ୍‌ । ଅନ୍‌ଲାଇନ୍ ହେବ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ନାମଲେଖା। ଏହି ବ୍ୟବସ୍ଥାକୁ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶୁଭାରମ୍ଭ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରୟାସ ଆରମ୍ଭ କରିଛି। ବେସରକାରୀ ଶିକ୍ଷାନୁଷ୍ଠାନରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କର ସଂରକ୍ଷଣରେ ଆଉ ହୋଇପାରିବନି ଦୁର୍ନୀତି ।

ଏଣିକି ଅନ୍‌ଲାଇନ୍ ମାଧ୍ୟମରେ ହେବ ଘରୋଇ ସ୍କୁଲରେ ନାମଲେଖା

ଶିକ୍ଷା ଅଧିକାର ଆଇନ ଅନୁସାରେ ଯେଉଁ ସଂରକ୍ଷଣ ବ୍ୟବସ୍ଥା ରହିଛି ସେଇ ଅନୁସାରେ ଅନଲାଇନ ମାଧ୍ୟମରେ ନାମଲେଖା ପାଇଁ ବ୍ୟବସ୍ଥା କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରୟାସ ଆରମ୍ଭ କରିଛି । ଏହି ବ୍ୟବସ୍ଥା ଦ୍ବାରା ଯେଉଁ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଘରୋଇ ସ୍କୁଲରେ ପଢିବା ପାଇଁ ଚାହୁଁଥିବେ ସେମାନେ ଉପକୃତ ହୋଇପାରିବେ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଭୁବନେଶ୍ବରରୁ ବିକାଶ ଦାସ ଓ ତପନ ଦାସ, ଇଟିଭି ଭାରତ

Last Updated : Jan 16, 2021, 7:24 PM IST

ABOUT THE AUTHOR

...view details