ଭୁବନେଶ୍ବର:ଗାନ୍ଧୀ ବିଚାର ଓ ଆଦର୍ଶରୁ ସାମ୍ପ୍ରତିକ ସମାଜ ବହୁତ ବାଟ ଦୂରେଇ ଯାଇଛି। ସାମ୍ପ୍ରତିକ କୋରୋନା ମହାମରୀର ପରିସ୍ଥିତି ଆଉ ଥରେ ଆମମାନଙ୍କୁ ମନେ ପକାଇ ଦେଇଛି ଯେ ଗୀନ୍ଧି ବିଚାର ଧାରା କେତେ ପ୍ରାସଙ୍ଗିକ ଥିଲା। ଯାହାକି ଆଜିର ଦିନରେ ପ୍ରୟୋଗ କରିବାର ଆଵଶ୍ୟକତା ରହିଛି। ସ୍ଥାନୀୟ ଓଡିଶୀ ଗବେଷଣା କେନ୍ଦ୍ର ପରିସରରେ ରାଜକିଶୋର ନାୟକ ଜାତୀୟ ଫାଉଣ୍ଡେସନ ପକ୍ଷରୁ 11ତମ ସ୍ମାରକୀ ବକ୍ତୃତାମାଳା ଅନୁଷ୍ଠିତ ହୋଇଯାଇଛି ।
ସାୟାହ୍ନର ସ୍ମୃତିର ଇଂରାଜୀ ଅନୁବାଦ ଉନ୍ମୋଚିତ - bhubaneswar news
ରାଜକିଶୋର ନାୟକ ଜାତୀୟ ଫାଉଣ୍ଡେସନ ପକ୍ଷରୁ ସ୍ମାରକୀ ବକ୍ତୃତାମାଳା ଅନୁଷ୍ଠିତ । ଏ ଅବସରରେ ଆତ୍ମଜୀବନୀ ସାୟାହ୍ନର ସ୍ମୃତିର ଇଂରାଜୀ ଅନୁବାଦ"Twilight Memories"ର ଉନ୍ମୋଚନ । ଅଧିକ ପଢନ୍ତୁ...
ପାଟକୁରା ଗାନ୍ଧୀ ଭାବେ ପରିଚିତ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ରାଜକିଶୋର ନାୟକଙ୍କ ଜୟନ୍ତୀ ଅବସରରେ ଫାଉଣ୍ଡେସନ ପକ୍ଷରୁ ବକ୍ତୃତାମାଳା ଆୟୋଜନ କରାଯାଇଥିଲା। ଯେଉଁଥିରେ ସୁପ୍ରିମକୋର୍ଟର ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଭରଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ଅବସରରେ ରାଜକିଶୋର ନାୟକଙ୍କ ସହଧର୍ମିଣୀଙ୍କ ଦ୍ଵାରା ଲିଖିତ ଓଡ଼ିଆ ଆତ୍ମଜୀବନୀ ସାୟାହ୍ନର ସ୍ମୃତିର ଇଂରାଜୀ ଅନୁବାଦ"Twilight Memories"ର ଉନ୍ମୋଚନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ବିଭୁତି ପଟ୍ଟନାୟକ,ବିଶିଷ୍ଟ ସାମାଜିକ କର୍ମୀ କୃଷ୍ଣାମହାନ୍ତି,ଅନୁବାଦକ ପ୍ରଫୁଲ୍ଲ ମହାନ୍ତି ଓ ବହୁ ମାନ୍ୟଗନ୍ୟବ୍ୟକ୍ତି ଯୋଗ ଦେଇଥିଲେ ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ