ଭୁବନେଶ୍ବର: କୋରୋନା ମହାମାରୀକୁ ନେଇ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟ ସମସ୍ୟା ଭାବେ ବର୍ତ୍ତମାନ ପ୍ରାକ୍ଟିକାଲ ଅଭ୍ୟାସ ଦେଖାଦେଇଛି । ତେବେ ବିଶେଷ କରି ଅନଲାଇନ ମାଧ୍ୟରେ ପ୍ରାକ୍ଟିକାଲକୁ ନାପସନ୍ଦ କରିଛନ୍ତି ଛାତ୍ରଛାତ୍ରୀ ।
ଅଫଲାଇନରେ ପ୍ରାକ୍ଟିକାଲ ପାଇଁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ଦାବି ରାଜ୍ୟରେ କରୋନା ମହାମାରୀକୁ ନେଇ ଅନେକ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା କାରଣରୁ ପ୍ରଭାବିତ ହେଉଛନ୍ତି ଇଞ୍ଜିନିୟରିଂ ଛାତ୍ରଛାତ୍ରୀ । ଏମାନଙ୍କର ମୁଖ୍ୟଭାବରେ ପ୍ରାକ୍ଟିକାଲ ଅଧିକ ମାତ୍ରାରେ ପ୍ରଭାବିତ ହେଉଛି । ଅନଲାଇନ ମାଧ୍ୟମରେ ପ୍ରାକ୍ଟିକାଲ କରିବା ଦ୍ୱାରା ବିଭିନ୍ନ ସମସ୍ୟା ହେଉଛି । ଅନେକ ସମୟରେ ଇଣ୍ଟରନେଟ ନଥିବାରୁ ପାଠପଢ଼ା ସହିତ ଅନେକ ସମସ୍ୟାରେ ପଡୁଛନ୍ତି । ଏହାସହ ପ୍ରାକ୍ଟିକାଲ କ୍ଳାସ ସମୟରେ ପିଲାମାନେ କ୍ଳାସରୁମରେ ପଢିବାକୁ ପସନ୍ଦ କରୁ ଥିବାବେଳେ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ପାଠପଢ଼ାକୁ ନେଇ ନାପସନ୍ଦ କରୁଛନ୍ତି । ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ ଅନଲାଇନରେ ପ୍ରାକ୍ଟିକାଲ ହେବା ଦ୍ବାରା ବୁଝିବାରେ ଅସୁବିଧା ସୃଷ୍ଟି ହେଉଛି । ଇଣ୍ଟରନେଟ ପ୍ରୋବ୍ଲେମ ମଧ୍ୟ ରହୁଛି । ଏହାକୁ ନେଇ ଭବିଷ୍ୟତ ସମ୍ପୂର୍ଣ୍ଣ ଭାବରେ ଚିନ୍ତା ଜନକ ହୋଇପଡିଛି । ଏକ ବର୍ଷରୁ ଅଧିକ ହେବ ଅନଲାଇନରେ କ୍ଳାସ କରାଯାଉଛି । ଯାହା ଦ୍ୱାରା ଅନେକ ପିଲାମାନେ କ୍ଳାସ କରିବାରେ ସଫଳ ହେଉନାହାନ୍ତି । ପ୍ରାକ୍ଟିକାଲରେ କୌଣସି ସୁଧାର ଆସୁନାହିଁ । ତେବେ ଅତି କମରେ ପ୍ରାକ୍ଟିକାଲ ଅଫଲାଇନ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ