ଓଡିଶା

odisha

ETV Bharat / city

ଦେଶରେ ବ୍ୟାପକ ଶକ୍ତି ସୁରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ବଡ ଭୂମିକା: ଧର୍ମେନ୍ଦ୍ର ପ୍ରଧାନ - energy security big role in atmanirbhar bharat news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଦେଶରେ ବ୍ୟାପକ ଶକ୍ତି ସୁରକ୍ଷା ସ୍ଥାପତ୍ୟର ବିକାଶ ପାଇଁ ଆମର ପ୍ରେଚେଷ୍ଟାକୁ ଆଗେଇ ନେବ । ‘ଜିସିଟିସି ଶକ୍ତି ସୁରକ୍ଷା ସମ୍ମିଳନୀ-୨୦୨୦’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଦେଶରେ ବ୍ୟାପକ ଶକ୍ତି ସୁରକ୍ଷା ସ୍ଥାପତ୍ୟର ବିକାଶରେ ଆତ୍ମନିର୍ଭର ଭାରତର ବଡ ଭୂମିକା : ଧର୍ମେନ୍ଦ୍ର ପ୍ରଧାନ
ଦେଶରେ ବ୍ୟାପକ ଶକ୍ତି ସୁରକ୍ଷା ସ୍ଥାପତ୍ୟର ବିକାଶରେ ଆତ୍ମନିର୍ଭର ଭାରତର ବଡ ଭୂମିକା : ଧର୍ମେନ୍ଦ୍ର ପ୍ରଧାନ

By

Published : Sep 29, 2020, 8:20 PM IST

ଭୁବନେଶ୍ବର: ‘ଜିସିଟିସି ଶକ୍ତି ସୁରକ୍ଷା ସମ୍ମିଳନୀ-୨୦୨୦’ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଦେଶରେ ବ୍ୟାପକ ଶକ୍ତି ସୁରକ୍ଷା ସ୍ଥାପତ୍ୟର ବିକାଶ ପାଇଁ ଆମର ପ୍ରେଚେଷ୍ଟାକୁ ଆଗେଇ ନେବ ଏବଂ ଏ ଦିଗରେ ବଡ ଭୂମିକା ଗ୍ରହଣ କରିବ । ସୋମବାର ଗ୍ଲୋବାଲ କାଉଣ୍ଟର ଟେରୋରିଜିମ୍ କାଉନସିଲ ପକ୍ଷରୁ ଆୟୋଜିତ ‘ଜିସିଟିସି ଉର୍ଜା ସୁରକ୍ଷା ସମ୍ମିଳନୀ-୨୦୨୦’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏହି ଅବସରରେ କେନ୍ଦ୍ର ପେଟ୍ରଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମିଳନୀରେ ଉପସ୍ଥିତ ବିଭିନ୍ନ ବିଦେଶୀ କମ୍ପାନୀଙ୍କୁ ଓଡିଶାର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁର ଠାରେ ଥିବା ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବା ପାଇଁ କମ୍ପାନୀକୁ ନିମନ୍ତ୍ରଣ କରିଥିଲେ । କୋରୋନା ପରବର୍ତ୍ତୀ ପର୍ଯ୍ୟାୟରେ ଆମ ଦେଶର ନାଗରିକଙ୍କ ପାଇଁ ସୁରକ୍ଷିତ, ସ୍ବଚ୍ଛ, ସୁଲଭ ଓ ସ୍ଥିର ଶକ୍ତିକୁ ଅଧିକ ଧ୍ୟାନ ଦିଆଯିବ । ଭାରତର ଶକ୍ତି କମ୍ପାନୀମାନେ ନୂଆ ଉପାୟରେ ଏବଂ ନବସୃଜନ ମାଧ୍ୟମରେ ଆତ୍ମନିର୍ଭର ଭାରତ ନିର୍ମାଣ କରିବାରେ ବଡ ଯୋଗଦାନ ରଖିବା ଦିଗରେ କାମ କରୁଛନ୍ତି । ଶକ୍ତି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ଭାରତ ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଉର୍ଜା ଦୂରଦୃଷ୍ଟି ଯଥା ଉପଲବ୍ଧି, ଦକ୍ଷତା, ସ୍ଥିର, ନିରାପତ୍ତା ଏବଂ ସୁଲଭ ମୂଲ୍ୟର ଶକ୍ତି ଉପରେ ଗୁରୁତ୍ବ ଦିଆଯାଉଛି ।

ଅଶୋଧିତ ଏବଂ ପେଟ୍ରୋଲିୟମ ଉତ୍ପାଦ ସଂରକ୍ଷଣ କ୍ଷମତାକୁ ୭୪ ଦିନର ଜାତୀୟ ବ୍ୟବହାରରୁ ୯୦ ଦିନ ପର୍ଯ୍ୟନ୍ତ ଉନ୍ନତ କରାଯାଉଛି । ପରବର୍ତ୍ତୀ ବାଣିଜ୍ୟିକ ଷ୍ଟ୍ରାଟେଜିକ୍ ରିଜର୍ଭ କାର୍ଯ୍ୟକ୍ରମରେ ଯାଜପୁର ଚଣ୍ଡିଖୋଲ ଏବଂ କର୍ଣ୍ଣାଟକର ପାଦୁରରେ ନିର୍ମାଣଧୀନ ଥିବା ୬.୫ ମିଲିୟନ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ କ୍ଷମତା ବିଶିଷ୍ଟ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ଭଣ୍ଡାରକୁ ବିକଶିତ କରିବା ପାଇଁ ଦେଶୀୟ କମ୍ପାନୀଙ୍କ ସହ ସାମିଲ ହେବା ପାଇଁ ପ୍ରଧାନ ବିଦେଶୀ କମ୍ପାନୀ ଗୁଡିକୁ ନିମନ୍ତ୍ରଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details