ଓଡିଶା

odisha

By

Published : Dec 22, 2021, 9:28 PM IST

ETV Bharat / city

ଶକ୍ତି ସଞ୍ଚାରଣ ନିଗମର ତାଲିମ କେନ୍ଦ୍ର ପରିଦର୍ଶନ କଲେ ଶକ୍ତିମନ୍ତ୍ରୀ

ଶକ୍ତି ମନ୍ତ୍ରୀ ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମର ତାଲିମ କେନ୍ଦ୍ର ପରିଦର୍ଶନ କରିଛନ୍ତି । ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାଗୁଡ଼ିକ କିପରି ସଞ୍ଚାଳିତ ହେଉଛି ସେ ବୁଲି ଦେଖିଛନ୍ତି । ଅଧିକ ପଢନ୍ତୁ

ଶକ୍ତି ସଞ୍ଚାରଣ ନିଗମର ତାଲିମ କେନ୍ଦ୍ର ପରିଦର୍ଶନ କଲେ ଶକ୍ତିମନ୍ତ୍ରୀ
ଶକ୍ତି ସଞ୍ଚାରଣ ନିଗମର ତାଲିମ କେନ୍ଦ୍ର ପରିଦର୍ଶନ କଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ବର : ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଚନ୍ଦକା ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମର ତାଲିମ କେନ୍ଦ୍ର ପରିଦର୍ଶନ କରିଛନ୍ତି । ତାଲିମ କେନ୍ଦ୍ରରେ ଥିବା ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାଗୁଡ଼ିକ କିପରି ସଞ୍ଚାଳିତ ହେଉଛି ସେ ବୁଲି ଦେଖିଛନ୍ତି । ଶକ୍ତି ବିଭାଗର ନିରାପତ୍ତା, କାର୍ଯ୍ୟାଳୟ ସଞ୍ଚାଳନ ଶକ୍ତି ସମ୍ବନ୍ଧିତ ଆୟବ୍ୟୟ ପରିଚାଳନା ଭଳି ଅନେକ ବିଷୟ ସହିତ ବିଦ୍ୟୁତ ସରବରାହ ଉପରେ ଉନ୍ନତ ଧରଣର ଉଭୟ ଥିଓରି ଓ ପ୍ରାକଫିସ୍‌ ଉପରେ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି ।

ଶକ୍ତି ସଞ୍ଚାରଣ ନିଗମର ତାଲିମ କେନ୍ଦ୍ର ପରିଦର୍ଶନ କଲେ ଶକ୍ତିମନ୍ତ୍ରୀ

ଏଥି ସହିତ ଶକ୍ତି ସଞ୍ଚାଳନ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ଯନ୍ତ୍ରାଂଶର କାର୍ଯ୍ୟକାରିତା, ତା’ର ରକ୍ଷଣାବେକ୍ଷଣ ସହିତ ତାକୁ କିପରି ଉପଯୋଗ କରାଯାଏ ସେ ସମ୍ପର୍କରେ ଏଠାରେ ତାଲିମ ପ୍ରଦାନ କରାଯାଇଥାଏ । ଏଠାରେ ସଂପ୍ରତି ୬୦ ଜଣ କର୍ମଚାରୀ କାର୍ଯ୍ୟାଳୟ ପରିଚାଳନା ଉପରେ ତାଲିମ ନେଉଥିବା ଜଣାପଡ଼ିଛି । ପରେ ତାଲିମ କେନ୍ଦ୍ର ଯାଇ ସେଠାରେ ମନ୍ତ୍ରୀ କର୍ମଚାରୀଙ୍କୁ ସମୟ ସହିତ ତାଳଦେଇ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଜନସେବାରେ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି ।

ଶକ୍ତି ସଞ୍ଚାରଣ ନିଗମର ତାଲିମ କେନ୍ଦ୍ର ପରିଦର୍ଶନ କଲେ ଶକ୍ତିମନ୍ତ୍ରୀ

ଅନ୍ୟକୁ ପରିବର୍ତ୍ତନ କରିବା ପରିବର୍ତ୍ତେ ନିଜକୁ ପରିବର୍ତ୍ତନ କରିବାର କଳା ଶିଖିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ମନ୍ତ୍ରୀ ତାଲିମ କେନ୍ଦ୍ରର ଭୋଜନାଳୟରେ ଅନ୍ୟମାନଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଛନ୍ତି । ତାଲିମ କେନ୍ଦ୍ରର କାର୍ଯ୍ୟକ୍ରମ ବୁଲି ଦେଖିବା ପରେ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି କେନ୍ଦ୍ରକୁ ଆହୁରି ପ୍ରଭାବି ଭାବେ ସଞ୍ଚାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ତାଙ୍କର ଏହି ପରିଦର୍ଶନ ସମୟରେ ମୁଖ୍ୟ ସାଧାରଣ ପରିଚାଳକ (ଏଚ୍‌ଆର୍‌ଡି) ଓପିଟିସିଏଲ୍‌, ଡ. ସି.ଏସ୍‌. ପ୍ରଧାନ ଏବଂ ଡେପୁଟି ଜେନେରାଲ୍‌ ମ୍ୟାନେଜର (ଏଚ୍‌ଆର୍‌ଡି) ପିଟିସି ଡ. ମଧୁମିତା ସ୍ୱାଇଁଙ୍କ ସମେତ ସମସ୍ତ ତାଲିମଦାତା ଉପସ୍ଥିତ ଥିଲେ ।

ଶକ୍ତି ସଞ୍ଚାରଣ ନିଗମର ତାଲିମ କେନ୍ଦ୍ର ପରିଦର୍ଶନ କଲେ ଶକ୍ତିମନ୍ତ୍ରୀ
ଶକ୍ତି ସଞ୍ଚାରଣ ନିଗମର ତାଲିମ କେନ୍ଦ୍ର ପରିଦର୍ଶନ କଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details