ଓଡିଶା

odisha

ETV Bharat / city

ସରିଲା ‘ଶ୍ରାବଣ’ ଯାତ୍ରା, ଅପେକ୍ଷା ଆର ବର୍ଷକୁ - ଧ୍ବନୀରେ କମ୍ପୁଛି ପରିବେଶ

ଦେଶ ତଥା ରାଜ୍ୟରେ ବିଭିନ୍ନ ଶୈବାଳୟରେ ମହାଦେବଙ୍କୁ କରାଯାଇଛି ଜଳାଭିଷେକ । ମାସର ଶେଷ ସୋମବାର ହୋଇଥିବାରୁ ଭୋଳାବାବାଙ୍କୁ ଦେଖିବା ପାଇଁ ଲମ୍ବା ଧାଡିରେ ଲାଗିଛନ୍ତି ଭକ୍ତ ।

ଫାଇଲ ଫଟୋ

By

Published : Aug 12, 2019, 9:05 PM IST

ଭୁବନେଶ୍ବର: ବୋଲ୍‌ବମ୍ ହର ହର ବମ୍, ଜଟିଆ ବାବା ପାର କରୈଗା । ଭୋଲା ବାବା ପାର୍ କୈରେଗା । ଧ୍ବନୀରେ କମ୍ପୁଛି ପରିବେଶ । ସରୁଛି ମାସକର ବ୍ରତ । ଶ୍ରାବଣର ଶେଷ ସୋମବାର । ଉତ୍ସାହିତ କାଉଡିଆ । ଶିବ ଭକ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଦିନଟିଏ। ଦେବ ଦେବ ମହାଦେବଙ୍କୁ ଜଳ ଅର୍ପଣ କରି ମାନସିକ ପୁରା କରୁଛନ୍ତି ଶ୍ରଦ୍ଧାଳୁ । ମନ୍ଦିରରେ ଲାଗିଛି କାଉଡିଆଙ୍କ ଭିଡ । ପାଣି ଉଠାଇ ଶିବାଳୟ ମୁହାଁ ଭକ୍ତ ।

ସରିଲା ‘ଶ୍ରାବଣ’ ଯାତ୍ରା, ଅପେକ୍ଷା ଆର ବର୍ଷକୁ

ଦେଶ ତଥା ରାଜ୍ୟରେ ବିଭିନ୍ନ ଶୈବାଳୟରେ ମହାଦେବଙ୍କୁ କରାଯାଇଛି ଜଳାଭିଷେକ । ରାଜ୍ୟର ପ୍ରମୁଖ ଶୈବ କ୍ଷେତ୍ର ପୁରୀର ଲୋକନାଥ, ଭଦ୍ରକର ଆରଡି, ଢେଙ୍କାନାଳର କପିଳାସ ସମେତ ଆଠଗଡର ଧବଳେଶ୍ବର ଭଳି ଶିବ ମନ୍ଦିରରେ କରାଯାଉଛି ସ୍ବତନ୍ତ୍ର ପୂଜାର୍ଚ୍ଚନା । ମାସର ଶେଷ ସୋମବାର ହୋଇଥିବାରୁ ଭୋଳାବାବାଙ୍କୁ ଦେଖିବା ପାଇଁ ଲମ୍ବା ଧାଡିରେ ଲାଗିଛନ୍ତି ଭକ୍ତ ।

ସରିଛି ମାସକ ଯାକାର ବ୍ରତ । ପୁଣି ଅପେକ୍ଷା ଆର ବର୍ଷକୁ । ଏମିତିତ ଭକ୍ତ ପାଇଁ ସର୍ବଦା ଭଗବାନ ତା ପାଖେ ପାଖେ ଥାଆନ୍ତି । କିନ୍ତୁ ଲୋକଙ୍କ ବିଶ୍ବାସ ରହିଛି ଏହି ମାସରେ ଭକ୍ତଙ୍କୁ ଦର୍ଶନ ଦେବା ନିମନ୍ତେ ଧରାପୃଷ୍ଠକୁ ଆସିଥାଆନ୍ତି ଦେବ ଦେବ ମହାଦେବ । ସେଥିପାଇଁ ତ ଖୁବ୍ ନିଷ୍ଠାର ସହ ଶ୍ରାବଣ ମାସର ପ୍ରିତିଟି ସୋମବାରକୁ ପାଳନ କରିଥାଏ ଶିବ ଭକ୍ତଟିଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details