ଓଡିଶା

odisha

ETV Bharat / city

ଏକନମ୍ବର ହାଟ ନିକଟରୁ ହଟିଲା ଫଳ ଓ ଶୀତବସ୍ତ୍ର ଦୋକାନ

ପ୍ରଶାସନର ଚେତାବନୀ ସତ୍ତ୍ବେ ଶୁଣିନଥିଲେ ଜବରଦଖଲକାରୀ ଉଠା ଦୋକାନୀ । ବାରମ୍ବାର ବିଫଳ ହେବା ପରେ ଶୁକ୍ରବାର ଉଠା ଦୋକାନୀକୁ ଉଚ୍ଛେଦ କରିଛି ବିଏମସି । ଆଗକୁ ପଢନ୍ତୁ..

encroachment-bmc-evection
encroachment-bmc-evection

By

Published : Jan 24, 2020, 11:28 PM IST

ଭୁବନେଶ୍ବର: ବିଏମସି ପକ୍ଷରୁ ଏକ ନମ୍ବର ହାଟ ନିକଟରୁ ଶୁକ୍ରବାର ଜବର ଦଖଲ ଉଚ୍ଛେଦ କରାଯାଇଛି । ଯେଉଁଥିରେ 15ଟି ରୁ ଉର୍ଦ୍ଧ୍ବ ଫଳ ବିକ୍ରି କରୁଥିବା ଠେଲା ଗାଡି ଓ ଗୋଟିଏ କ୍ୟାବିନ ଉଚ୍ଛେଦ କରାଯାଇଛି । ସେହିପରି ରାଜମହଲ ଛକ ଠାରୁ ଏଜି ଛକ ରାସ୍ତାକୁ ଅକ୍ତିଆର କରି ଫଳ ଓ ଶୀତ ବସ୍ତ୍ର ବିକ୍ରି କରୁଥିବା ଦୋକାନକୁ ଉଚ୍ଛେଦ କରାଯାଇଛି । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଓ ଅନ୍ୟାନ୍ୟ ଜବରଦଖଲକାରୀ ଉଚ୍ଛେଦ ଟିମ ସଦସ୍ୟଙ୍କ ଉପସ୍ଥିତରେ ହୋଇଛି ଉଚ୍ଛେଦ କାର୍ଯ୍ୟ ।

ଏକନମ୍ବର ହାଟ ନିକଟରୁ ଜବରଦଖଲ ଉଚ୍ଛେଦ କଲା ବିଏମସି

ବାରମ୍ବାର ସରକାରଙ୍କ ନିଷ୍ପତ୍ତିକୁ ବେଖାତିର କରି ଏହି ଦୋକାନୀ ମାନେ ନିଜର ବେପାର କରୁଥିଲେ । କିନ୍ତୁ ଏଥିରେ ସେମାନେ କୌଣସି ପରିବର୍ତ୍ତନ ନ ଆଣିବାରୁ ବାଧ୍ୟ ହୋଇ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । କାରଣ ସହର ସମସ୍ତଙ୍କ ପାଇଁ ହୋଇଥିଲାବେଳେ ହାତଗଣତି କେତେକ ଲୋକ ଏହାକୁ ଉଲ୍ଲଙ୍ଘନ କରି ଲୋକମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିବା କୁହାଯାଇଛି ।

ତେଣୁ ଆଜି ଅପରାହ୍ନ ସାଢେ 3ଟାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ 5ଟା ପର୍ଯ୍ୟନ୍ତ ଚାଲିଥିବାବେଳେ ସେମାନଙ୍କ ସମସ୍ତ ସାମଗ୍ରୀ ସହିତ ଦୋକାନକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଥିଲା । ଏହା ସହିତ ଉଚ୍ଛେଦ ସାମଗ୍ରୀକୁ ଗାଡ଼ିରେ ବିଏମସିକୁ ନିଆଯାଇଥିବା ଦେଖିବାକୁ ମିଳିଛି ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details