ଭୁବନେଶ୍ବର: ସମାଜରେ ଅବହେଳିତ ଦିବ୍ୟାଙ୍ଗ ଯୁବକ ଯୁବତୀଙ୍କ ପାଇଁ ଭୁବନେଶ୍ବରରେ ନିଯୁକ୍ତି ମେଳାର ଅୟୋଜନ କରାଯାଉଛି। ଏହି ମେଳାରେ ଦିବ୍ୟାଙ୍ଗ, ଭିନ୍ନକ୍ଷମ ତଥା ଅନାଥ ଯୁବକ ଯୁବତୀମାନଙ୍କୁ ସେମାନଙ୍କ ଦକ୍ଷତା ଓ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଯୋଗାଇ ଦିଆଯିବ। ସେମାନେ କିଭଳି ଭାବରେ ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ତାହା ଏହି ମେଳାର ପ୍ରାଥମିକ ଲକ୍ଷ୍ୟ ରହିଛି।
ଦିବ୍ୟାଙ୍ଗ ଓ ଭିନ୍ନକ୍ଷମମାନଙ୍କ ଅନ୍ତର୍ନିହିତ ପ୍ରତିଭାର ଅନ୍ବେଷଣ ଓ ଅଭିବୃଦ୍ଧି ପାଇଁ ଝୁମ ଇଣ୍ଡିଆର ତୃତୀୟ ସଂସ୍କରଣ ଅନୁଷ୍ଠିତ କରାଯିବ। ଏଥିରେ ମୁଖ୍ୟତଃ ଚିତ୍ରାଙ୍କନ, ଅଭିନୟ, ଅନୁକରଣ, ନୃତ୍ୟଗୀତ ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଝୁମ ଇଣ୍ଡିଆର ଏହି ତୃତୀୟ ସଂସ୍କରଣରେ ଅଂଶ ଗ୍ରହଣ କରିବା ପାଇଁ ସାରା ଦେଶରୁ 1800ରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ଭିନ୍ନକ୍ଷମ ଯୁବକ ଯୁବତୀଙ୍କୁ ମନୋନୀତ କରାଯାଇଛି।