ଓଡିଶା

odisha

ETV Bharat / city

ବିଶିଷ୍ଟ ଶିକ୍ଷାବିତ ମନୋରମା ମହାପାତ୍ରଙ୍କ ଦେହାନ୍ତ, ଶୋକ ଜଣାଇଲେ ରାଜ୍ୟପାଳ-ମୁଖ୍ଯମନ୍ତ୍ରୀ - Manorama Mohapatra passes away

ପରଲୋକରେ ‘ସମାଜ’ର ପୂର୍ବତନ ସମ୍ପାଦିକା, ସାହିତ୍ୟିକ ତଥା ବିଶିଷ୍ଟ ଶିକ୍ଷାବିତ୍‌ ମନୋରମା ମହାପାତ୍ର । ଶୋକ ପ୍ରକାଶ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି । ଅଧିକ ପଢନ୍ତୁ...

ବିଶିଷ୍ଟ ଶିକ୍ଷାବିତ ମନୋରମା ମହାପାତ୍ରଙ୍କ ଦେହାନ୍ତ, ଶୋକ ଜଣାଇଲେ ରାଜ୍ୟପାଳ-ମୁଖ୍ଯମନ୍ତ୍ରୀ
ବିଶିଷ୍ଟ ଶିକ୍ଷାବିତ ମନୋରମା ମହାପାତ୍ରଙ୍କ ଦେହାନ୍ତ, ଶୋକ ଜଣାଇଲେ ରାଜ୍ୟପାଳ-ମୁଖ୍ଯମନ୍ତ୍ରୀ

By

Published : Sep 18, 2021, 8:18 PM IST

Updated : Sep 18, 2021, 8:28 PM IST

ଭୁବନେଶ୍ବର:‘ସମାଜ’ର ପୂର୍ବତନ ସମ୍ପାଦିକା, ସାହିତ୍ୟିକ ତଥା ବିଶିଷ୍ଟ ଶିକ୍ଷାବିତ୍‌ ମନୋରମା ମହାପାତ୍ରଙ୍କ ପରଲୋକ । ସେ କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ବୟସ ହୋଇଥିଲା ।

ବିଶିଷ୍ଟ ଶିକ୍ଷାବିତ୍‌ ମନୋରମା ମହାପାତ୍ରଙ୍କ ପରଲୋକ, 87 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

ଜଣେ ଶିକ୍ଷାବିତ୍‌, ସାହିତ୍ୟିକ, ସାମ୍ବାଦିକା ତଥା ସୁବକ୍ତା ଭାବରେ ସ୍ବର୍ଗତ ମହାପାତ୍ର ଓଡିଆ ସାରସ୍ବତ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। ବିଭିନ୍ନ ସାମାଜିକ ସମସ୍ୟା, ବିଶେଷକରି ନାରୀମାନଙ୍କ ଅଧିକାର ଓ ସମସ୍ୟା ଉପରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସମାଜର ସମ୍ପାଦିକା ଭାବରେ ସେ ସାମ୍ବାଦିକତା କ୍ଷେତ୍ରରେ ଉଚ୍ଚ ଆଦର୍ଶ ବଜାୟ ରଖିଥିଲେ। ଲୋକସେବକ ମଣ୍ଡଳର ସଦସ୍ୟ ଭାବରେ ସମାଜ ସେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ବିୟୋଗରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।

ସ୍ବର୍ଗତ ମହାପାତ୍ରଙ୍କୁ ଜଣେ ବିରଳ ବିଦୁଷୀ ଭାବରେ ବର୍ଣ୍ଣନା କରିବା ସହ ତାଙ୍କ ଅବର୍ତ୍ତମାନ ଓଡ଼ିଶାର ସାଂସ୍କୃତିକ ଜଗତରେ ଏକ ଶୂନ୍ୟସ୍ଥାନ ବୋଲି କହି ଶୋକ ପ୍ରକାଶ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡିଶା ଜଣେ ବାଗ୍ମୀ ତଥା ମହିୟସୀ ମହିଳାଙ୍କୁ ହରାଇଲା ବୋଲି କହିଛନ୍ତି । ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଭବାନୀ ଶଙ୍କର ଦାସ , କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Sep 18, 2021, 8:28 PM IST

ABOUT THE AUTHOR

...view details