ଭୁବନେଶ୍ବର: କୃଷି ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଛାଡି ପାରିବେ ନାହିଁ ଅଧିକାରୀ । ଜରୁରୀକାଳୀନ ପରିସ୍ଥିତିରେ ଯଦି ଚାଷୀଙ୍କର ସାହାଯ୍ୟରେ ନ ଆସିବେ ଅଧିକାରୀ ହୋଇ ଲାଭ ନାହିଁ । ଏହା ଆମର କର୍ତ୍ତବ୍ୟ । ଅନାବୃଷ୍ଟି ଜନିତ ପରିସ୍ଥିତିରେ ଫସଲର ଅବସ୍ଥାର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ।
ସମ୍ଭାବ୍ୟ ମରୁଡି ସ୍ଥିତିର ଜରୁରୀକାଳୀନ ସମୀକ୍ଷା ବୈଠକ: ଫସଲ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଲେ କୃଷି ମନ୍ତ୍ରୀ - ଆପାତ କାଳୀନ ଯୋଜନା
ସ୍ବଳ୍ପ କାଳୀନ ବୃଷ୍ଟିପାତ ଯୋଗୁଁ ରାଜ୍ୟରେ ମରୁଡି ପରିସ୍ଥିତିର ସାମ୍ନା କରୁଛନ୍ତି ଚାଷୀ । ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ନିମନ୍ତେ ପ୍ରତି ସପ୍ତାହରେ ଚାଷୀଙ୍କ ସହ ଆଲୋଚନା କରିବାକୁ ରାଜ୍ୟସ୍ତରୀୟ ଅଫିସରଙ୍କୁ ନିର୍ଦ୍ଦେଶ ଦେଲେ କୃଷିମନ୍ତ୍ରୀ । ଅଧିକ ପଢନ୍ତୁ...
ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, କ୍ଷେତ୍ର ଅଫିସରମାନେ ଅନାବୃଷ୍ଟି ଜନିତ ପରିସ୍ଥିତିରେ ଚାଷୀ ଓ ଫସଲ ପରିସ୍ଥିତି ସହ ନିୟମିତ ସମ୍ପର୍କ ରଖିବା ଦରକାର । ଦରକାର ପଡ଼ିଲେ ଅଧିକାରୀମାନେ ଜମି ପାଖକୁ ଯାଆନ୍ତୁ । ପରିବା ବଗିଚା, ମାଛ ଚାଷ ଇତ୍ୟାଦି ଜାଗାକୁ ଯାଆନ୍ତୁ । ପଞ୍ଚାୟତ ଓ ବ୍ଲକ ସ୍ତରରେ ନିଜ ଅଞ୍ଚଳର ଜଳସେଚନ ପ୍ରକଳ୍ପ, ଉଠା ଜଳସେଚନ ପ୍ରକଳ୍ପ, ପୋଖରୀ, କ୍ଷୁଦ୍ର ଓ ମାଧ୍ୟମ ଜଳସେଚନ ପ୍ରକଳ୍ପ ସବୁର ଡାଟା ବେସ ପ୍ରସ୍ତୁତ କରନ୍ତୁ । ସେଥି ମଧ୍ୟରୁ କେତୋଟି ସମ୍ପୂର୍ଣ୍ଣ ହୋଇଛି, କେଉଁ ଗୁଡିକ ଚାଲୁ, ଅଚଳ, ମରାମତି ଯୋଗ୍ୟ, ବିଜୁଳି ସଂଯୋଗ ବିଚ୍ଛିନ୍ନ ଓ ସମ୍ପୂର୍ଣ୍ଣ ଅଚଳ ବିଶଦ ବିବରଣୀ ସଂଗ୍ରହ କରି ଜିଲ୍ଲା ସ୍ତରକୁ ଜଣାଇଲେ ତ୍ବରିତ ପଦକ୍ଷେପ ନିଆଯିବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ