ଭୁବନେଶ୍ବର: ଜୁନ ମାସ ରାଜ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ, ରାଜ୍ୟରେ 11 ଟି ଜିଲ୍ଲାରେ ଜାରି ରହିବ ଦୁଇ ଦିନିଆ ସଟଡାଉନ। ଜୁନ ମାସରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ନେଇ ଆକଳନ କରିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସରକାର ପ୍ରତି ସପ୍ତାହ ରେ ଦୁଇ ଦିନ ସଟଡାଉନ ଘୋଷଣା କରିଛନ୍ତି। ଏହା କୁ ନେଇ ରାଜ୍ୟର 11 ଟି ଜିଲ୍ଲାରେ ତୀକ୍ଷ୍ଣ ନଜର ରହିଛି। ଅତ୍ୟାବଶ୍ୟକ ଜିନିଷ ଛଡ଼ା ଅନ୍ୟ କୌଣସି ଦୋକାନ ଖୋଲାଯିବ ନାହିଁ।
ଜୁନ ମାସରେ ଦୁଇ ଦିନ ସଟ ଡାଉନ ରହିବ 11ଟି ଜିଲ୍ଲା ସେହିପରି ରାଜ୍ୟକୁ ଆସୁଥିବା ଯାତ୍ରୀ ମାନେ ଏକାଧିକ ସମୟରେ ବିଭିନ୍ନ ସେବା ମାଧ୍ୟମରେ ରାଜ୍ୟ ଭିତରକୁ ପ୍ରବେଶ କରୁଛନ୍ତି। ଯାହା ଫଳରେ ସେମାନେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଲେ ମଧ୍ୟ ଅଧିକାଂଶ ଆକ୍ରାନ୍ତ ଚିନ୍ହଟ ହେଉଛନ୍ତି କ୍ବାରେଣ୍ଟାଇନ ସେଣ୍ଟରରୁ । ଜୁନ ମାସରେ ଶନିବାର ଓ ରବିବାର ଦୁଇ ଦିନ ଧରି ସଟଡାଉନ କରାଯିବ।
ଏହି 11ଟି ଜିଲ୍ଲା ହେଉଛି ଖୋର୍ଦ୍ଧା, ପୁରୀ, କଟକ, ଗଞ୍ଜାମ, ନୟାଗଡ, ଜଗତସିଂହପୁର ଯାଜପୁର, କେନ୍ଦ୍ରାପଡା, ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ । ସଟଡାଉନ ବେଳେ ମେଡିକାଲ, ଟେଲିକମ ସେବା ଜାରି ରହିବ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ ଓ ଜଳଯୋଗାଣ ବିଭାଗ କାର୍ଯ୍ୟ ଜାରି ରଖିବ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରୀରହିବା। ଗ୍ରୋସରୀ ଦୋକାନ, ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ।
ସେହିପରି ରାଜ୍ୟକୁ ଟ୍ରେନ, ବିମାନ ସେବା ଆରମ୍ଭ ହେଲାଣି। ରାଜ୍ୟ ଭିତରେ ବସ ସେବା ଆରମ୍ଭ ହେଲାଣି । ରାଜ୍ୟକୁ ଏ ଭିତରେ ବାହାର ରାଜ୍ୟରୁ ଯାତ୍ରୀ ଆସିଲେଣି। ରାଜ୍ୟରେ ପ୍ରତି ଗ୍ରାମ ପଞ୍ଚାୟତରେ କ୍ବାରେଣ୍ଟାଇନ ସେଣ୍ଟର ଖୋଲା ଅଛି। ବର୍ତ୍ତମାନ ସୁଧା 16,643 କ୍ବାରେଣ୍ଟାଇନ ସେଣ୍ଟର ରାଜ୍ୟରେ ରହିଛି । ଏଭିତରୁ 5,37,222 ଲୋକ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବା ବେଳେ 2,87,453 ଜଣଙ୍କୁ ଘରକୁ ପଠାଇ ଦିଆଯାଇଛି । ବର୍ତ୍ତମାନ 2,49,769 ଲୋକ କ୍ବାରେଣ୍ଟାଇନ ସେଣ୍ଟରରେ ଅଛନ୍ତି। ଏହାକୁ ନେଇ ପ୍ରତି ପଞ୍ଚାୟତର ଅଧିକାରୀ ଅଧିକ ଗୁରୁତ୍ବ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ମୁଖ୍ୟ ସାସନ ସଚିବ ଅସିତ ତ୍ରିପାଠୀ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ