ଓଡିଶା

odisha

ETV Bharat / city

ଡରାଉଛି ହରପିସ୍ ଭୂତାଣୁ, କମଳା ପରେ ସଙ୍କଟରେ ଗୌରୀ - ନନ୍ଦନକାନନ ଡରାଉଛି ହରପିସ୍ ଭୂତାଣୁ

ଗତକାଲି(ଗୁରୁବାର) 7 ବର୍ଷର ମାଇହାତୀ କମଳାର ମୃତ୍ୟୁ ଘଟିଥିବାବେଳେ ଏବେ ଗୌରୀ ନାମକ ଆଉ ଏକ ହାତୀକୁ ଆକ୍ରାନ୍ତ କରିଛି ହରପିସ୍ ଭୂତାଣୁ । ଅଧିକ ପଢନ୍ତୁ...

ଡରାଉଛି ହରପିସ୍ ଭୂତାଣୁ, କମଳା ପରେ ସଙ୍କଟରେ ହାତୀ ଗୌରୀ

By

Published : Sep 20, 2019, 6:37 PM IST

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଡରାଉଛି ହରପିସ୍ ଭୂତାଣୁ । ଗତ ତିନି ସପ୍ତାହ ଭିତରେ 3ଟି ହାତୀଙ୍କର ମୃତ୍ୟୁ ହେଲାଣି । ଗତକାଲି(ଗୁରୁବାର) 7 ବର୍ଷର ମାଇହାତୀ କମଳାର ମୃତ୍ୟୁ ଘଟିଥିବା ବେଳେ ଏବେ ଗୌରୀ ନାମକ ଆଉ ଏକ ହାତୀକୁ ଆକ୍ରାନ୍ତ କରିଛି ହରପିସ୍ ଭୂତାଣୁ ।

ଡରାଉଛି ହରପିସ୍ ଭୂତାଣୁ, କମଳା ପରେ ସଙ୍କଟରେ ହାତୀ ଗୌରୀ

ହାତୀ କିପରି ସୁରକ୍ଷିତ ଭାବରେ ରହିପାରିବେ ଏନେଇ ଆସାମ ପ୍ରାଣୀ ବିଜ୍ଞାନ କେନ୍ଦ୍ରକୁ ଅନୁରୋଧ କରାଯାଇଛି । ଗୌରୀକୁ ଗତକାଲି(ଗୁରୁବାର)ଠାରୁ ଏକ ଆସିକ କ୍ଲୋଭିନ ନାମକ ଆଣ୍ଟିବାଓଟିକ ମେଡିସିନ ଦିଆଯାଇଛି । ତେବେ ନନ୍ଦନକାନନରେ ରହିଥିବା 2ଟି ହାତୀ ଛାଡିଦେଲା ପରେ ଅନ୍ୟ 6ଟି ହାତୀଙ୍କୁ ଜଙ୍ଗଲରୁ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଛି। ଏହି ଭୂତାଣୁ କେବଳ ହାତୀଙ୍କ ଉପରେ ସଂକ୍ରମଣ କରିଛି । ଏକ ବର୍ଷରୁ 15 ବର୍ଷ ମଧ୍ୟରେ ହାତୀ ସଂକ୍ରମଣ ହେଉଛନ୍ତି ।

ହାତୀଙ୍କୁ ହେଉଥିବା ହରପିସ୍ ରୋଗ ଏକ ପ୍ରକାର ଭୂତାଣୁ ଜନିତ ଭାଇରସ । ଏହା ସଂକ୍ରମଣ ହେବାର କିଛି ଘଣ୍ଟା ଭିତରେ ମୃତ୍ୟୁ ଘଟିଥାଏ । ସାଧାରଣ ଭାବରେ ସଂକ୍ରମିତ ହାତୀ ସହ ସଂପର୍କରେ ଆସିଲେ ହରପିସ୍ ସଂକ୍ରମଣ ହୋଇଥାଏ । ଏହାଦ୍ବାରା ରକ୍ତ କଣିକା ପ୍ରଭାବିତ ହୋଇଥାଏ। ହାତୀ ଦେହରେ ତାପମାତ୍ରା ବୃଦ୍ଧି ପାଇଥାଏ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

ABOUT THE AUTHOR

...view details