ଓଡିଶା

odisha

ETV Bharat / city

ନନ୍ଦନକାନନରେ ହାତୀ ମୃତ୍ୟୁ ଘଟଣା, ବସିଲା ଉଚ୍ଚସ୍ତରୀୟ ବୈଠକ - ହାତୀ ମୃତ୍ୟୁ

ନନ୍ଦନକାନନରେ ହାତୀ ମୃତ୍ୟୁକୁ ନେଇ ବୈଠକ। ସ୍ବତନ୍ତ୍ର ଡ଼ାକ୍ତରୀ ଟିମ୍, ବନ୍ୟପ୍ରାଣୀ ଅଧିକାରୀଙ୍କ ସମେତ ଡ଼ାଇରେକ୍ଟର ମଧ୍ୟ ଉପସ୍ଥିତ ରହିଛନ୍ତି । ହାତୀ ମୃତ୍ୟୁର ମୁଖ୍ୟ କାରଣ ସାଜିଥିବା ହାରପିସ ଭାଇରସ ରୋକିବାକୁ ଆସିବ 4 ଜଣିଆ ଏକ୍ସପର୍ଟ ଟିମ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 21, 2019, 2:09 PM IST

Updated : Sep 21, 2019, 3:32 PM IST

ଭୁବନେଶ୍ବର: ନନ୍ଦନକାନନରେ ହାତୀ ମୃତ୍ୟୁକୁ ନେଇ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ । ହାରପିସ୍ ଭାଇରସ ଯୋଗୁଁ ହାତୀଙ୍କ ମୃତ୍ୟୁ ଘଟୁଛି । ତେଣୁ ଏହି ଭାଇରସକୁ ରୋକିବା ପାଇଁ ରାଜ୍ୟ ବାହାରୁ 4 ଜଣିଆ ଏକ୍ସପର୍ଟ ଟିମ ଆସିବ ବୋଲି ବୈଠକରେ ଗୁରୁତ୍ବ ଦିଆଯାଇଛି ।


୪ ଟି ହାତୀ ମୃତ୍ୟୁ ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚେତା ପଶିଛି । ହେଲେ ପ୍ରଶ୍ନ ଉଠୁଛି ୪ ଟି ହାତୀ ମୃତ୍ୟୁ ପରେ ପଦକ୍ଷେପ ନିଆଯାଉଛି କିନ୍ତୁ ପୂର୍ବରୁ କଣ ପାଇଁ ଚୁପ ବସିଥିଲେ କର୍ତ୍ତୃପକ୍ଷ ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ମୃତ ଓ ଜୀବିତ ହାତୀର ରକ୍ତ ନମୁନା ଆମେରିକାର ପ୍ରାଣୀ ଗବେଷଣା କେନ୍ଦ୍ରକୁ ପଠାଯାଇଛି । ଆମେରିକାର ଦି ସ୍ମିଥ ସୋନିଆନ୍ସ ଜୁ ଓ ଗବେଷଣା କେନ୍ଦ୍ରକୁ ନନ୍ଦନକାନନ ଟିମ ଯୋଗାଯୋଗ କରିଛି । ମାମା ଓ ହୀରା ଏହି ୨ ଟି ହାତୀଙ୍କ ସ୍ବାସ୍ଥ୍ୟ ଉପରେ ଆଲୋଚନା କରାଯାଇଛି । ଯେହେତୁ ମାମାର ବୟସ 2 ବର୍ଷ ରହିଛି ଓ ହୀରାର ବୟସ 21 ବର୍ଷ ରହିଛି । ସେମାନେ କିଭଳି ସୁରକ୍ଷିତ ଭାବେ ରହିବେ ସେ ନେଇ ତତ୍ପର ପ୍ରକାଶ କରିଛି ସଂସ୍ଥା। ବୈଠକରେ ଡ଼ାଇରେକ୍ଟର ଶଶୀ ପାଲ, ଡେ଼ପୁଟି ଡ଼ାଇରେକ୍ଟର ଜୟନ୍ତ ଦାସ, ସ୍ବତନ୍ତ୍ର ଡାକ୍ତରୀ ଟିମ ଓ ବନପ୍ରାଣୀ ବିଭାଗର ଅଧିକାରୀ ବୈଠକରେ ଉପସ୍ଥିତ ଅଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Sep 21, 2019, 3:32 PM IST

ABOUT THE AUTHOR

...view details