ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପାଳିତ ହୋଇଯାଇଛି ବିଶ୍ବ ହସ୍ତୀ ଦିବସ(World Elephant Day) । ଏହି ଅବସରରେ ହାତୀମାନଙ୍କୁ ଖାଇବାକୁ ଦିଆଯିବା ସହିତ କେକ କଟାଯାଇଛି । ହାତୀ ମୃତ୍ୟୁ ରୋକିବାକୁ ସଚେତନ କରିବା ପାଇଁ ୨୦୧୨ ମସିହାରେ ଏହି ଦିବସ ଆରମ୍ଭ କରାଯାଇଥିଲା ।ବର୍ତ୍ତମାନ ସୁଦ୍ଧା ନନ୍ଦନକାନନରେ ୪ଟି ହାତୀ ଅଛନ୍ତି । ପ୍ରେମା, ବାସନ୍ତୀ, ହୀରା ଏବଂ ମାମା ହାତୀ ରହିଛନ୍ତି ।
ହାତୀ ମାମାକୁ ଅତିଥି ଓ କର୍ମଚାରୀମାନେ ନଡ଼ିଆ କଦଳୀ ଆଖୁ ତରଭୁଜ ଖୁଆଇ ଦିବସକୁ ପାଳନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍କୁଲ ପିଲାଙ୍କୁ ଅନଲାଇନ ମାଧ୍ୟମରେ ଚିତ୍ରାଙ୍କନ ଏବଂ ସ୍ଲୋଗାନ ପ୍ରତିଯୋଗିତା କରାଯାଇଛି । ନନ୍ଦନକାନନରେ ପୂର୍ବରୁ ଥିବା ହାତୀ ଚନ୍ଦନ ଗୌରୀ କମଳା ଏବଂ ଜୁଲିକୁ ସମସ୍ତେମାନେ ପକାଇଛନ୍ତି । ଏକ ଭୟଙ୍କର ଭୂତାଣୁ ହାରପିସ ସଂକ୍ରମଣରେ ସେମାନେ ଆକ୍ରାନ୍ତ ହୋଇଥିଲେ । ସଂକ୍ରମଣର ଦେଢମାସ ପରେ ତିନୋଟି ହାତୀଙ୍କ ମୃତ୍ୟୁ ହୋଇଥିଲା ।