ଓଡିଶା

odisha

ETV Bharat / city

ଭରତପୁରରେ ହାତୀ ଉତ୍ପାତ: ଆତଙ୍କିତ ଲୋକେ, ସଞ୍ଜ ନଇଁଲେ ପଡୁଛି ତାଟି କବାଟ

ରାଜଧାନୀ ଉପକଣ୍ଠରେ ହାତୀ ଆତଙ୍କ । ଗଜରାଜଙ୍କ ଉତ୍ପାତରେ ଆତଙ୍କିତ ଭରତପୁର ଜିଏ କଲୋନୀ ବାସିନ୍ଦା । ସଞ୍ଜ ନଇଁଲେ ବାହାରକୁ ଆସିବା ପାଇଁ ଭୟ କରୁଛନ୍ତି ସ୍ଥାନୀୟ ଲୋକେ । ମାସେରୁ ଅଧିକ ଦିନ ହେବ ରାମୁ ସହ ଆଉ ଦୁଇ ଦନ୍ତା ହାତୀ ସ୍ଥାନୀୟ ଅଞ୍ଚଳରେ ଖେଳାଉଛନ୍ତି ଆତଙ୍କ । ଅଧିକ ପଢନ୍ତୁ

By

Published : Feb 23, 2022, 9:12 PM IST

ଭରତପୁରରେ ହାତୀ ଉତ୍ପାତ : ଆତଙ୍କିତ ଲୋକ ,ସଞ୍ଚ ନଇଁଲେ ପଡୁଛି ତାଟି କବାଟ
ଭରତପୁରରେ ହାତୀ ଉତ୍ପାତ : ଆତଙ୍କିତ ଲୋକ ,ସଞ୍ଚ ନଇଁଲେ ପଡୁଛି ତାଟି କବାଟ

ଭୁବନେଶ୍ବର :ରାଜଧାନୀ ଉପକଣ୍ଠରେ ହାତୀ ଆତଙ୍କ । ଭରତପୁର ଜିଏ କଲୋନୀରେ ଦନ୍ତାହାତୀ ରାମୁର ଉତ୍ପାତ । ସଞ୍ଜ ନଇଁଲେ ବାହାରକୁ ଆସିବା ପାଇଁ ଭୟ କରୁଛନ୍ତି ସ୍ଥାନୀୟ ଲୋକେ । ମାସେରୁ ଅଧିକ ଦିନ ହେବ ରାମୁ ସହ ଆଉ ଦୁଇ ଦନ୍ତା ହାତୀ ସ୍ଥାନୀୟ ଅଞ୍ଚଳରେ ଖେଳାଉଛନ୍ତି ଆତଙ୍କ । ରାତି ହେଲେ ହାତୀ ଗୁଡିକ ସହରମୁହାଁ ହେବା ସହ ପାଚେରୀ ଭାଙ୍ଗି କ୍ୟାମ୍ପସ ଭିତରେ ପଶିବା ସହ ବାଡି ବଗିଚାରେ ଲାଗି ଥିବା ଗଛକୁ ଦଳିଚକଟି ନଷ୍ଟ କରୁଛି । ପୂର୍ବରୁ ଏ ଅଞ୍ଚଳରେ କାଁ ଭାଁ ଭୋର ସମୟରେ ହାତୀଙ୍କୁ ଦେଖିବାକୁ ମିଳୁଥିଲା ।

ଆତଙ୍କିତ ଲୋକେ, ସଞ୍ଜ ନଇଁଲେ ପଡୁଛି ତାଟି କବାଟ

ହାତୀର ଏଭଳି ଆତଙ୍କ ଦେଖି ବରିଷ୍ଠ ନାଗରିକମାନେ ଡିଏଫଓଙ୍କୁ ଭେଟିଛନ୍ତି । ସମସ୍ୟା ସମ୍ପର୍କରେ ଅବଗତ କରାଇବା ସହ ପ୍ରତିକାର କରିବାକୁ ଦାବି କରିଛନ୍ତି । ସେପଟେ ବିବାଦୀୟ ଜମିରେ ପାଚେରୀ ନିର୍ମାଣ ହୋଇପାରୁ ନଥିବାରୁ ହାତୀ ଉପଦ୍ରବ ବଢୁଛି ବୋଲି କହିଛନ୍ତି ଡିଏଫ୍ଓ ।

ତେବେ ହତୀ ଉପଦ୍ରବ ରୋକିବା ପାଇଁ ସ୍ବତନ୍ତ୍ର ପ୍ଳାନ୍ ପ୍ରସ୍ତୁତ କରାଯାଛି । ଅଭିଯୋଗ ପାଇବା ପରେ ହାତୀ ଘଉଡାଇବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ । ରାତିରେ ପେଟ୍ରୋଲିଂକୁ ଆହୁରି କଡାକଡି କରାଯିବ । ହାତୀ ଭାଙ୍ଗିଥିବା ପାଚେରୀକୁ ତୁରନ୍ତ ନିର୍ମାଣ କରାଯିବ ବୋଲି ଡିଏଫ୍ଓ କହିଛନ୍ତି ।

ଏହାସହ ଏବେ ଚନ୍ଦକାରେ ୫ଶହରୁ ୭ଶହ ମିଟର ପର୍ଯ୍ୟନ୍ତ ବିବାଦୀୟ ଜମି ରହିଛି । କୋର୍ଟରେ ମାମଲା ଥିବାରୁ ସେହି ଅଞ୍ଚଳରେ ପାଚେରୀ ନିର୍ମାଣ କରାଯାଇପାରୁ ନାହିଁ । ଫଳରେ ହାତୀମାନେ ସେହି ରାସ୍ତା ଦେଇ ସହରକୁ ପ୍ରବେଶ କରୁଛନ୍ତି । ତେବେ କୋର୍ଟରେ ଥିବା ମାମଲାକୁ ତୁରନ୍ତ ସମାଧାନ କରି ପାଚେରୀ ନିର୍ମାଣ କରାଯିବ ବୋଲି ଡିଏଫ୍ଓ ମହମ୍ମଦ ଜମିଲ କହିଛନ୍ତି ।

ତେବେ ଭରତପୁରରେ ହାତୀ ଉପଦ୍ରବ କିଛି ନୂଆ କଥା ନୁହେଁ । ଅନେକ ସମୟରେ ହାତୀ ଆସନ୍ତି ଆଉ ଚାଲିବି ଯାଆନ୍ତି। ହେଲେ କିଛିଦିନ ହେବ ଲଗାତାର ଆସିବା ଏବଂ ଘଣ୍ଟା ଘଣ୍ଟା ରହି ତାଣ୍ଡବ ରଚିବା ଦ୍ବାରା ଲୋକେ ଭୟବିତ ଅବସ୍ଥାରେ ରହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details