ଭୁବନେଶ୍ବର : ଡିଏନଏ ଫ୍ରୋଫାଇଲିଂ ଦ୍ଵାରା ହେବ ହାତୀ ଗଣନା । ଏ ପର୍ଯ୍ୟନ୍ତ 34ଟି ହାତୀର ହୋଇଛି ସଫଳ ପରୀକ୍ଷଣ। ସ୍ଵତନ୍ତ୍ର କୀଟ ଯୋଗେ କରାଯିବ ବନ୍ୟଜନ୍ତୁଙ୍କ ଡିଏନଏ ଫ୍ରୋଫାଇଲିଂ। ପ୍ରାଥମିକ ପର୍ଯ୍ୟାୟରେ ହାତୀ ଗଣନା ପାଇଁ ସଂଗ୍ରହ କରାଯାଉଛି ନମୁନା । ହାତୀର ମଳ ଓ ମଲା ହାତୀର କଙ୍କାଳରୁ ଡିଏନଏ ସଂଗ୍ରହ କରାଯାଇ ସଫଳତା ମିଳିଛି ।
ପରବର୍ତ୍ତୀ ସମୟରେ ବାଘଙ୍କ ମଳରୁ ମଧ୍ୟ ପରୀକ୍ଷା କରାଯିବ । ଡିଏନଏ ଫ୍ରୋଫାଇଲିଂ ଜରିଆରେ ହେବ ବନ୍ୟା ଜନ୍ତୁ ଗଣନା । ଏନେଇ ଓୟୁଏଟିର ବନ୍ୟଜନ୍ତୁ ଚିକିତ୍ସା କେନ୍ଦ୍ର ଅଭିନବ ପ୍ରୟାସ କରିଛି । ଚିକିତ୍ସା କେନ୍ଦ୍ରର ସଂଯୋଜକ ଡାକ୍ତର ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି । ସ୍ଵତନ୍ତ୍ର କୀଟ ଯୋଗେ କରାଯିବ ବନ୍ୟଜନ୍ତୁଙ୍କ ଡିଏନଏ ଫ୍ରୋଫାଇଲିଂ।
ପ୍ରାଥମିକ ପର୍ଯ୍ୟାୟରେ ହାତୀ ଗଣନା ପାଇଁ ସଂଗ୍ରହ କରାଯାଉଛି ନମୁନା । ହାତୀର ମଳ ଓ ମଲା ହାତୀର କଙ୍କାଳରୁ ଡିଏନଏ ସଂଗ୍ରହ କରାଯାଇ ସଫଳତା ମିଳିଛି । ଏପର୍ଯ୍ୟନ୍ତ ସଂଗ୍ରହ ହୋଇଥିବା ନମୁନାରୁ 34 ଟି ହାତୀର ନମୁନା ସଫଳତା ମିଳିଛି । ସେହିପରି ସମ୍ୱଲପୁର, ଆଠଗଡ଼ ଓ ସାତକୋଶିଆ ବନଖଣ୍ଡର ୭ଟି ସ୍ଥାନରୁ ମଲା ହାତୀର କଙ୍କାଳରୁ ଡିଏନଏ ସଂଗ୍ରହ କରାଯାଇଛି ।
ଡିଏନଏ ଫ୍ରୋଫାଇଲିଂ ପାଇଁ ସ୍ବତନ୍ତ୍ର କୀଟ ବ୍ୟବହାର କରାଯାଉଛି । ଏହି ଘଟଣାରେ ହାଇକୋର୍ଟରେ ମାମଲା ଚାଲୁଥିବା କାରଣରୁ ଏହାର ଫଳାଫଳ ଘୋଷୋଣା କରାଯାଇନାହିଁ । ଏଥିପାଇଁ ଓୟୁଏଟିରେ ପ୍ରତିଷ୍ଠା ହୋଇଛି ସ୍ଵତନ୍ତ୍ର ଅତ୍ୟାଧୁନିକ ଲାବାରେଟୋରୀ । ଏଣିକି ଗୋଟିଏ ଲେଖାଁଏ ହାତୀର ଡିଏନଏ ଫ୍ରୋଫାଇଲିଂ କରାଯିବ ।
ଫଳରେ ସମ୍ପୃକ୍ତ ହାତୀର ଗତିବିଧି, ହାତୀ ମୃତ କି ଜୀବିତ ଓ ସେ କେଉଁ ବନ ଖଣ୍ଡର ତାହା ନିର୍ଭୁଲ ଭାବରେ ଜଣାପଡ଼ିବ । ଏହି ପରୀକ୍ଷଣ ପାଇଁ ଆସିଛି ସ୍ଵତନ୍ତ୍ର କିଟ୍ । ଏହି କିଟ୍ ସାହାଯ୍ୟରେ ହାତୀ କଙ୍କାଳରୁ ଡିଏନଏ ଜଣାପଡିବ । ସେଥିରୁ ମଧ୍ୟ ମଲିକୁଲାର ଲେବୁଲ ଜଣାପଡିବ । ତେବେ ଏହି କୀଟ ଆମେରିକା ଜର୍ମାନ ଏବ ବିଭିନ୍ନ ଦେଶରୁ ଆସିଛି । ଏନେଇ ସମସ୍ତ ବନଖଣ୍ଡ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।