ଓଡିଶା

odisha

ETV Bharat / city

ପାତ୍ରପଡ଼ାରେ ନରହନ୍ତା ଦନ୍ତା, ମହିଳା ଆହତ - patrapada

ପାତ୍ରପଡ଼ାରେ ନରହନ୍ତା ଦନ୍ତା, ମହିଳା ଆହତ
ପାତ୍ରପଡ଼ାରେ ନରହନ୍ତା ଦନ୍ତା, ମହିଳା ଆହତ

By

Published : Feb 24, 2020, 8:40 AM IST

Updated : Feb 24, 2020, 3:17 PM IST

08:33 February 24

ଭୁବନେଶ୍ବର: ରାତି ତମାମ ନାକେଦମ କରିବା ପରେ ବନବିଭାଗକୁ ଚକମା ଦେଇଥିଲା ନରହନ୍ତା ଦନ୍ତା । ପିପିଲିରେ 4ଜଣଙ୍କ ଜୀବନ ନେବା ସହ ଆତଙ୍କ ରଚାଇଥିଲା ହାତୀ । ଘନ କୁହୁଡ଼ି ଯୋଗୁଁ ହାତୀକୁ ଠାବ କରିବାରେ ଫେଲ ମାରିଥିଲା ଟିମ । କିନ୍ତୁ ଭୁବନେଶ୍ବର ଉପକଣ୍ଠ ପାତ୍ରପଡ଼ାରେ ଦନ୍ତା ଲୁଚିଥିବା ନେଇ ଆଜି ସକାଳୁ ମିଳିଛି ସୂଚନା । ତେବେ ଆଜି ଏହି ହାତୀ ଜଣେ ମହିଳାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି ।

ଭୁବନେଶ୍ୱର ପାତ୍ରପଡା ସ୍ଥିତ ଏମସିଏଲ ମେଡିସିନାଲ ଗାର୍ଡେନରେ ନରହନ୍ତା ଦନ୍ତା ଲୁଚି ରହିଥିବା ସୂଚନା ମିଳିଛି । ଜଣେ ମହିଳା ଦନ୍ତା ଆକ୍ରମଣର ଶିକାର ହୋଇ ଏମ୍ସ ରେ ଚିକିତ୍ସିତ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲ ବିଭାଗର ଅଧିକାରୀ ଏବଂ ବନ କର୍ମଚାରୀ ମାନେ ଗାର୍ଡେନ ଚତୁର୍ପାଶ୍ବକୁ ଘେରି ରହିଛନ୍ତି । ଜନସାଧାରଣଙ୍କୁ ହାତୀ ରହିଥିବା ମେଡିସିନ ଗାର୍ଡେନ ଆଡେ ନଆସିବାକୁ ବନ ବିଭାଗ କର୍ମଚାରୀ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରାଉଛନ୍ତି । ପାତ୍ରପଡା ମେଡିସିନାଲ ଗାର୍ଡେନ ଭିତରେ ଥିବା ଦନ୍ତା ହାତୀ ପିପିଲିରେ ଆକ୍ରମଣ କରିଥିବା ନରହନ୍ତା ଦନ୍ତା କି ନୁହେଁ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।  

ସନ୍ଧ୍ୟାବେଳେ ହାତୀକୁ ଘଉଡାଇ ସୁରକ୍ଷିତ ଭାବରେ ଚନ୍ଦକା ଜଙ୍ଗଲରେ ଛାଡିବାକୁ ସମସ୍ତ ବ୍ୟବସ୍ଥା କରାଯାଉଛି । ଜଙ୍ଗଲ ବିଭାଗ ପକ୍ଷରୁ ୫ ଟି ରେଞ୍ଜ ର ୫ ଜଣ ରେଞ୍ଜ ଅଫିସର, ସିଟି ଡିଏଫଓଙ୍କ ସହ ପ୍ରାୟ ୬୦ ଜଣ କର୍ମଚାରୀ ହାତୀକୁ ଚତୁର୍ପାଶ୍ବରେ ଜଗି ରହିଛନ୍ତି ବୋଲି ଭୁବନେଶ୍ବର ସିଟି ଫରେଷ୍ଟ ଡିଭିଜଜନର ଏସିଏଫଓ ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି ।  

ସେପଟେ ହାତୀ କେବେ ଜନସାଧାରଣଙ୍କୁ ହଠାତ ଆକ୍ରମଣ କରେନା । କୌତୁହଳ ବଶତଃ ହାତୀକୁ ଦେଖିବା ପାଇଁ ସାଧାରଣ ଲୋକେ ହାତୀ ଆଗକୁ ଆସିଲେ ହାତୀ ଆକ୍ରମଣ କରିପାରେ । ତେବେ ବନ ବିଭାଗ ଏନେଇ ସଚେତନ ଏବଂ ଜରୁରୀକାଳୀନ କାର୍ଯ୍ୟକ୍ରମ କରିବାର ଆବଶ୍ୟକତା ରହିଛି ବୋଲି ସ୍ନେକ ହେଲ୍ପଳାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି । ସୂଚନା ଥାଉକି ଗତକାଲି ଏକ ଦନ୍ତା ହାତୀ ପୁରୀ ଜିଲ୍ଲା ବଳଙ୍ଗାରେ ୪ଟି ଜୀବନ ନେଇସାରିଛି । ହାତୀର ଅତର୍କିତ ଆକ୍ରମଣରେ ୪ ଟି ଜୀବନ ଯାଇଛି । ସେହି ନରହନ୍ତା ଦନ୍ତା ହାତୀ ହୁଏତ ପିପିଲି ଦେଇ ଭୁବନେଶ୍ବର ଆସି ପାତ୍ରପଡାରେ ପହଞ୍ଚିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

Last Updated : Feb 24, 2020, 3:17 PM IST

ABOUT THE AUTHOR

...view details