ଭୁବନେଶ୍ବର:ଏବେ ୟୁଟ୍ୟୁବରେ ପଢିବେ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ । ହାଇସ୍କୁଲ ପରେ ବର୍ତ୍ତମାନ ପ୍ରାଥମିକ ସ୍କୁଲ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠ ପଢିବା ନେଇ ନିଷ୍ପତ୍ତି ନେଇଛି ଶିକ୍ଷା ବିଭାଗ । ଏ ନେଇ OSEPA ପକ୍ଷକୁ ଗାଇଡଲାଇନ ଜାରି ।
ଜୁନ 21ରୁ ଜୁଲାଇ 7 ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ୟୁଟ୍ୟୁବରେ ପାଠ ପଢିବେ । ପ୍ରଥମ ପର୍ଯ୍ୟାୟରେ ପାଠପଢା ପାଇଁ 8ଟି ଜିଲ୍ଲାକୁ ପ୍ରାଥମିକତା ଦିଆଯାଇଛି । ସେହି ଜିଲ୍ଲାଗୁଡିକ ହେଲା ଖୋର୍ଦ୍ଧା, ବଲାଙ୍ଗୀର, କଟକ,କେନ୍ଦ୍ରାପଡ଼ା, ଗଞ୍ଜାମ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ଼ ।